• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଅନୁଗୁଳ( ବିରଜା ଦାସ) : ଆମ ସମାଜରେ ଏମିତି କିଛି ପ୍ରଥା ଓ କଥା ପ୍ରଚଳିତ ଅଛି , ଯାହାକୁ ଲୋକେ ଛାଡି ପାରନ୍ତି ନାହିଁ । କିଛି ଲୋକ ସେଇ ପୁରୁଣା ବିଶ୍ୱାସରେ ଜୀବନକୁ ଜଟିଳ କରିଦିଅନ୍ତି। ହେଲେ ଆଜି ଯେଉଁ  କଥାଟି ଆପଣ ଏବେ ଜାଣିବେ , ତାହା ଆପଣଙ୍କ ଆଖି ଖୋଲି ଦେବ । ଖୁସିର ଲୁହ ବହିଆସିବ । ଆଉ କହିବେ ଶାଶୂ ହେବତ ଏମତି। ବୋହୂ ଯେ ନିଜ ଝିଅ ପରି ତାର ଏକ ଉଦାହରଣ ଦେଇଛନ୍ତି ଜଣେ ଶାଶୂ। ଏମିତି ଏକ ଘଟଣାକୁ ନେଇ ଖୁବ୍‌ ଚର୍ଚ୍ଚା । ବିଧବା ବୋହୂର ବାହାଘର କଲେ ଶାଶୂ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଘଟିଛି ଅନୁଗୁଳରେ ।

 ଏମିତି ଏକ ଘଟଣାକୁ ନେଇ ଖୁବ୍‌ ଚର୍ଚ୍ଚା ।  ବିଧବା ବୋହୂର ବାହାଘର କଲେ ଶାଶୂ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଘଟିଛି ଅନୁଗୁଳରେ ।

ତାଳଚେର ଏମ୍‌ସିଏଲ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରେ ଥିଲେ ଅନୁଗୁଳ ଗୋବରା ଗାଁର ରଶ୍ମିରଞ୍ଜନ ବେହେରା। ମାତ୍ର କିଛି ମାସ ତଳେ ବିବାହ କରିଥିବା ରଶ୍ମିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଲିଲି ବେହେରା ବିଧବା ହୋଇଥିଲେ। ଏହାପରେ ଲିଲିଙ୍କ ଦୁଃଖ ଦେଖିନପାରି ତାଙ୍କ ଶାଶୂ ପ୍ରତିମା ଦେବୀ ବୋହୂର ଅନ୍ୟତ୍ର ବାହାଘର ପାଇଁ ବର ଖୋଜିଥିଲେ।

ଅଳ୍ପ ବୟସରେ ଏମିତି ସ୍ୱାମୀକୁ ହରାଇ ବିଧବା ଜୀବନ ବିତାଇକୁ ସହି ପାରିଲେ ନାହିଁ ଶାଶୂ । ବିବାହ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । ଭାଇର ମୃତ୍ୟୁ ପରେ ବଡଭାଇ ପ୍ରୀତିରଞ୍ଜନ ବୋହୂର ଦୁଃଖ ଲାଘବ ନିମନ୍ତେ ମାଆଙ୍କ ସହ ଉଦ୍ୟମ କଲେ । ଲିଲିକୁ ଦ୍ୱିତୀୟ ବିବାହ ପାଇଁ ବୁଝାଇବା ସହ ଶାଶୂ

ପ୍ରତିମା ବୋହୂର ବିବାହ ପ୍ରସ୍ତାବ ନେଇ ପହଞ୍ଚିଥିଲେ ହେମସୁରପଡ଼ାର ବାସିନ୍ଦା ନିଜ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପାଖରେ। ପ୍ରାଣବନ୍ଧୁ ବେହେରାଙ୍କ ପୁଅ ସଂଗ୍ରାମ ବେହେରା ସହ ବିବାହ ପାଇଁ ନିବେଦନ କଲେ ।ଭଣଜା ବୋହୂକୁ ନିଜ ଘରକୁ ବୋହୂ କରି ନେବାକୁ ଶେଷରେ ରାଜି ହୁଅନ୍ତି ପ୍ରାଣବନ୍ଧୁ । ଲିଲିଙ୍କ ବାପାଘର ଲୋକ, ପ୍ରତିମା ଦେବୀଙ୍କ ପରିବାର ଓ ପ୍ରାଣବନ୍ଧୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷରେ ବୁଧବାର ଦିନ ଅନୁଗୋଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ବିବାହ ସଂପନ୍ନ ହୁଏ।

ଏହି ବିବାହରେ ଘରର ସମସ୍ତ ଲୋକ ବେଶ୍‌ ଖୁସି ଥିବା ବେଳେ ପ୍ରତିମାଙ୍କୁ ସାଧୁବାଦ ଜଣାଇଥିଲେ ସମସ୍ତ ଲୋକ । ଗୋବରା ପଂଚାୟତର ପୂର୍ବତନ ସରପଞ୍ଚ ଥିବା ପ୍ରତିମା ଦେବୀଙ୍କୁ ଚାରିଆଡୁ ମିଳିଛି ପ୍ରଶଂସା । ଏମିତି ଏକ ମହାନ କାମ କରିଥିବାରୁ ତାଙ୍କୁ ମଧ୍ୟ ଶାନ୍ତି ମିଳିଛି ବୋଲୁ କୁହନ୍ତି।

Widow-marriage-in-angul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories