ଆତ୍ମହତ୍ୟା ଲାଗି କାହିଁକି ଉଦ୍ୟମ କରୁଥିଲେ ମହିଳା?

ଯାଜପୁର : ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ, ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ତେବେ ଏହା ଦେଖି ରାସ୍ତାରେ ଯାଉଥିବା କିଛି ଲୋକଙ୍କ ମହିଳାଙ୍କୁ ବୁଝାସୁଝା କରିଥିଲେ ।

ଆଉ ଏହାପରେ ମହିଳା ଜଣଙ୍କୁ ପାଣିକୋଇଲି ଥାନାରେ ହସ୍ତାନ୍ତର କରିଥିଲେ । ମହିଳା ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି॥ ଗତ ୨ ମାସ ପୂର୍ବରୁ ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାରେ ବିବାହ କରିଥିଲେ। ତେବେ କାହିଁକି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ମାମଲାର ତଦନ୍ତ କରୁଛି ପୋଲିସ ।

You might also like