ପିତ୍ତଳ ଥାଳିରେ କୋଠ ଭୋଗ ଖାଉଛନ୍ତି ମହାପ୍ରଭୁ ଜଗନ୍ନାଥ: ରତ୍ନଭଣ୍ଡାରରେ ପଡିଛି ସୁନା ଓ ରୂପା ଥାଳି

ପୁରୀ : ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ । ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୂପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ।

ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ ଚାଲୁଛି ଶ୍ରୀଜୀଉିଙ୍କ କୋଠଭୋଗ ନୀତି । ସୁନା କି ରୁପା ପରିବର୍ତ୍ତେ ପିତ୍ତଳ ଥାଳିରେ ହେଉଛି ଷାଠିଏ ପଉଟି ନୈବେଦ୍ୟ ଅର୍ପଣ। ଏମିତିକି ରତ୍ନଭଣ୍ଡାରରେ ୨ଟି ସୁନା ଥାଳି ଓ ବହୁ ରୂପା ଥାଳି ସାଇତା ହୋଇ ରଖାଯାଇଥିଲେ ମଧ୍ୟ ପିତ୍ତଳ ଥାଳିରେ ଭୋଗ ଲଗାଯିବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଭକ୍ତ। କିଛି ବର୍ଷ ତଳେ ଜଣେ ଭକ୍ତ ୮ଟି ରୂପାଥାଳି ଠାକୁରଙ୍କୁ ପ୍ରଦାନ କରିଥିବାର ସୂଚନା ରହିଛି, ହେଲେ ସେ ସବୁ ସୁରକ୍ଷିତ ଅଛି କି ନାହିଁ ସେ ନେଇ ବି ସୃଷ୍ଟି ହୋଇଛି ଆଶଙ୍କା । ବରିଷ୍ଠ ସେବାୟତଙ୍କ ମତରେ ପୂର୍ବରୁ ଠାକୁରଙ୍କୁ କେବଳ ସୁନା ଥାଳିରେ ଭୋଗ ଲାଗୁଥିଲା। ୧୮୩୪ ମସିହାରେ ଗର୍ଭଗୃହରୁ ଏକ ପଥର ସୁନାଥାଳି ଉପରେ ଖସି ପଡିବାରୁ ଏହା ଭାଙ୍ଗି ଯାଇଥିଲା ସେବେଠୁ ଅାଉ ସୁନା ଥାଳି ବ୍ୟବହାର ହେଉନାହିଁ।

ଏବେ ପ୍ରଶ୍ନ, ଅମାପ ଧନ ସଂପତ୍ତିର ମାଲିକ ଜଗନ୍ନାଥଙ୍କୁ କାହିଁକି ପିତ୍ତଳ ଥାଳିରେ ଲାଗି ହେଉଛି କୋଠଭୋଗ? ରତ୍ନଭଣ୍ଡାରରେ ମହଣ ମହଣ ସୁନା ରୂପା ଥାଇ କାହିଁକି ତିଆରି ହେଉନି ଠାକୁରଙ୍କ ନୂଆ ଭୋଗ ଥାଳି ? କିମ୍ବଦନ୍ତୀ ଅନୁସାରେ, ନିଜର ପ୍ରିୟ ଭକ୍ତ ବନ୍ଧୁ ମହାନ୍ତିଙ୍କୁ ଯେଉଁ ଜଗନ୍ନାଥ ମହାପ୍ରଭୁ ଏକଦା ସୁନା ଥାଳିରେ ଖେଚୁଡ଼ି ଖୁଆଇଥିଲେ, ଏବେ ତାଙ୍କୁ ପିତଳ ଥାଳିରେ ଭୋଗ ଲାଗି ହେବା କଥା ଶୁଣି ବ୍ୟଥିତ ହୋଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଏଥିପାଇଁ ସେମାନେ ସିଧାସଳଖ ମନ୍ଦିର ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇଥିବା ବେଳେ ନୀତି ପ୍ରଶାସକ କହିଛନ୍ତି ଏ ନେଇ ସେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

You might also like