ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

ଭୁବନେଶ୍ୱର: ଓଟିଭିକୁ ଦୁର୍ବଳ କରିବାକୁ ଚାଲିଛି ବଡ଼ ଅପଚେଷ୍ଟା। ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଇଛି। ଏକ ପୁରୁଣା ମାମଲାରେ ଗତକାଲି ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ୍ ରାସ୍ତା ଉପରୁ ପୋଲିସ ଉଠାଇନେବା ଓ ବିନା ଲିଖିତ ଅନୁମତି ପତ୍ରରେ ଓଟିଭି ସର୍ଚ୍ଚ କରିବାକୁ କହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ତା’ସହ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଓଟିଭି କ୍ୟାମ୍ପସ୍‌ରେ ଡେରା ପକାଇଥିବା ପୋଲିସ କାହିଁକି ଓ କାହାକୁ ଜଗିଥିଲା ତାକୁ ନେଇ ବି ଆଲୋଡ଼ନ ସୃଷ୍ଟି ହୋଇଛି।

ଓଟିଭିକୁ ଘେରିବାକୁ ଲାଗିଛି କଳ-ବଳ-କୌଶଳ। କାହିଁକି ଓଟିଭି ପ୍ରତି ଏତେ ଆକ୍ରୋଶ ? କାହିଁକି ବିନା ନୋଟିସ୍ କି ଓ୍ୱାରେଣ୍ଟରେ ଗତକାଲି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ରାସ୍ତା ଉପରୁ ହଠାତ୍ ଉଠାଇ ନେଲା କେନ୍ଦୁଝର ପୋଲିସ୍ ? ଦୁଇ ଦିନ ତଳେ ଓଟିଭିରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ପ୍ରସାରିତ ଖବରର ଇଏ ସିଧାସଳଖ ପ୍ରତିଫଳନ କି ?

କାରଣ ୨୦୧୯ ମସିହାରେ କେନ୍ଦୁଝର ଥାନାରେ ଦାଏର ଏକ ଭାଇରାଲ୍ ଭିଡିଓ ମାମଲାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଛନ୍ଦି ଯେଉଁଭଳି ଢଙ୍ଗରେ ଗତକାଲି ତାଙ୍କୁ ପୋଲିସ୍ ଘର ପାଖରୁ ଟାଣି ଘୋଷାରି ଉଠାଇନେଲା, ତାକୁ ନେଇ ଉଠିଛି ପ୍ରଶ୍ନ।
ଖାଲି ସେତିକି ନୁହେଁ, ରମେଶଙ୍କୁ ଜୋର ଜବରଦସ୍ତି ପୋଲିସ ଗାଡ଼ିରେ ବସାଇବା, ଦୀର୍ଘ ସମୟ ଧରି ଏ ଥାନାରୁ ସେ ଥାନା ବୁଲାଇବା ଓ ତାଙ୍କ ଲୋକଙ୍କୁ ଅବଗତ ନକରାଇବା ପଛରେ ବି ପୋଲିସର ଆକ୍ରୋଶ ଜଳ ଜଳ ଦର୍ଶାଇଥିଲା।

ତେବେ ମାମଲାର ତଦନ୍ତରେ ଉଭୟ ରମେଶ ରଥ ଏବଂ ଓଟିଭି ଉଭୟେ ପୂର୍ଣ୍ଣ ସହଯୋଗ କରି ଆସିଛନ୍ତି ବୋଲି କହିଥିଲେ। ତା’ ସତ୍ତ୍ୱେ ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ରମେଶଙ୍କଠାରୁ ଅଣ୍ଡରଟେକିଂ ନେଇ କେନ୍ଦୁଝର ପୋଲିସ ତାଙ୍କୁ ଛାଡ଼ିଥିଲା। ଆସନ୍ତା ୨୧ରେ କେନ୍ଦୁଝର ସଦର ଥାନାରେ ହାଜିରା ପାଇଁ ନୋଟିସ୍ ଦେଇଥିଲା।

ତେବେ କଥା ଏଇଠି ସରିନଥିଲା, ରମେଶଙ୍କୁ ଦୀର୍ଘ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ଏ ଥାନାରୁ ସେ ଥାନା ବୁଲାଇବା ପରେ ଦଳବଳ ଧରି ଓଟିଭି କ୍ୟାମ୍ପସରେ ଆସି ପହଞ୍ଚିଥିଲା କେନ୍ଦୁଝର ପୋଲିସ୍। ସିଧା ଓଟିଭି ଅଫିସ୍ ସର୍ଚ୍ଚ କରିବ ବୋଲି ବି କହିଥିଲା। ହେଲେ ଏଥିପାଇଁ ନା ସର୍ଚ୍ଚ ଓ୍ୱାରେଣ୍ଟ କି ଲିଖିତ ଅନୁମତିପତ୍ର କିଛି ବି ଦେଖାଇ ପାରିନଥିଲା। ତେଣେ ସେ ସମୟରେ ମାଳ ମାଳ ପୋଲିସ ଓଟିଭି ଅଫିସ କ୍ୟାମ୍ପସରେ ଟହଲ ମାରୁଥିଲେ। ରାତି ପ୍ରାୟ ୧୧ଟା ବେଳକୁ କେନ୍ଦୁଝର ପୋଲିସ କ୍ୟାମ୍ପସ୍ ଛାଡ଼ି ପଳାଇଥିଲେ ବି କମିଶନରେଟ୍ ପୋଲିସ କିନ୍ତୁ ଯାଇନଥିଲା।

ଗତକାଲି ରାତି ତମାମ ଓଟିଭି କ୍ୟାମ୍ପସ୍ ଭିତରେ ଓ ଗେଟ୍ ବାହାରେ ପୋଲିସ ଡେରା ପକାଇବା ସହ ଆଜି ଅପରାହ୍ନ ଯାଏଁ ବି ଜଗି ବସିଥିଲା। ଯାହା ଫଳରେ ଓଟିଭି କର୍ମଚାରୀ ଓ ନ୍ୟୁଜ୍ ସଂପର୍କିତ କାମ ପାଇଁ ଆସୁଥିବା ଲୋକେ ଆତଙ୍କିତ ହେବା ସହ ସେମାନଙ୍କ ଯାଆସରେ ବାଧା ଉପୁଜିଥିଲା। ତେବେ କାହିଁକି ଓ କାହାକୁ ଜଗିଛ ବୋଲି ଡ୍ୟୁଟିରେ ଥିବା ପୋଲିସଙ୍କୁ ପଚାରିବାରେ ସମସ୍ତେ ଅସ୍ପଷ୍ଟ ଉତ୍ତର ଦେଇଥିଲେ। ଆଉ ଓଟିଭିରେ ଏହି ଖବର ପ୍ରସାରଣ ପରେ ଅପରାହ୍ନ ସାଢ଼େ ୪ଟା ବେଳକୁ ଜାଗା ଛାଡ଼ି ପଳାଇଥିଲେ ପୋଲିସ୍।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like