• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଓ ଫାଟକ ବାହାରେ ଡେରା ପକାଇଛି ପୋଲିସ ଗତକାଲି ଅପରାହ୍ନରୁ ଆଜି ସୁଦ୍ଧା ପ୍ରାୟ ୨୪ ଘଣ୍ଟା ବିତିବାକୁ ବସିଲାଣି। ହେଲେ ପୋଲିସ ଓଟିଭି କ୍ୟାମ୍ପସ୍ ଛାଡ଼ି ଯାଉନି ବିନା ଓ୍ୱାରେଣ୍ଟ କି ନୋଟିସ୍ କିଛି ବି ନଥାଇ ପୋଲିସ ଦୁଇ ଦିନ ହେଲା ଡେରା ପକାଇଥିବାରୁ ଉଭୟ ଓଟିଭି କର୍ମଚାରୀ ଓ ଖବର ସଂପର୍କିତ କାର୍ଯ୍ୟ ନେଇ ଆସୁଥିବା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ, ଗତତାଲି ଏକ ପୁରୁଣା ମାମଲାରେ କେନ୍ଦୁଝର ପୋଲିସର ଏକ ଟିମ୍ ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ୍ ତାଙ୍କ ଘର ପାଖରୁ ଉଠାଇ ନେଇଥିଲା। ପ୍ରାୟ ଅଢ଼େଇ ଘଣ୍ଟାକାଳ ତାଙ୍କୁ ଅଟକ ରଖିବା ପରେ ଦଳବଳ ଧରି ଓଟିଭି ଅଫିସକୁ ଆସିଥିଲା। ତାସହ ତତକ୍ଷଣାତ ଓଟିଭି ଅଫିସ୍‌ରେ ପଶି ସର୍ଚ୍ଚ କରିବାକୁ କହିଥିଲା। ହେଲେ କାହିଁକି ସର୍ଚ୍ଚ କରିବେ ସେ ନେଇ କିନ୍ତୁ କୌଣସି ସଠିକ୍ ଉତ୍ତର କିମ୍ବା ଲିଖିତ ଅନୁମତିପତ୍ର ବି ଦେଖାଇ ପାରିନଥିଲା।

ତେବେ ତାପରଠୁ ଦୀର୍ଘ ସମୟ ଧରି ମାଳ ମାଳ ପୋଲିସ ଓଟିଭି ଅଫିସ ପରିସରରେ ଟହଲ ମାରିଥିଲେ। ଏମିତିକି ରାତି ପ୍ରାୟ ୧୧ଟା ପାଖାପାଖି ବେଳକୁ କେନ୍ଦୁଝର ପୋଲିସ ଫେରି ଯାଇଥିଲା। ହେଲେ କମିଶନରେଟ୍ ପୋଲିସ କିନ୍ତୁ ଓଟିଭି ଛାଡ଼ି ଯାଇନଥିଲା।

ଏମିତିକି ଗତକାଲି ରାତିରୁ ୪ ଜଣ ପୋଲିସ ଅଧିକାରୀ ଓଟିଭି କ୍ୟାମ୍ପସ ପରିସରରେ ଡେରା ପକାଇବା ସହ ଗେଟ୍ ବାହାରେ ୩୦ରୁ ଅଧିକ ସଂଖ୍ୟକ ଫୋର୍ସ ଜଗି ରହିଥିଲେ। ତେବେ କେଉଁ କାରଣ ପାଇଁ ଏତେ ସଂଖ୍ୟକ ପୋଲିସ ଜଗି ରହିଛନ୍ତି ସେ ନେଇ କିଛି ସଠିକ୍ ତଥ୍ୟ ଦେଉନାହାନ୍ତି କି ଓଟିଭିକୁ ବି ଜଣାଉ ନାହାନ୍ତି। ସେପଟେ ଓଟିଭି କର୍ମଚାରୀ ଓ ନ୍ୟୁଜ ପାଇଁ ବାହାରୁ ଆସୁଥିବା ଲୋକଙ୍କ ଯାଆସରେ ଘୋର ବାଧା ଉପୁଜୁଛି।

Why-police-deployed-outside-the-otv-campus
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories