କାହିଁକି ନବୀନ ନିବାସରୁ ଆଲୋଚନା ଲାଗି ବାହାରି ଆସିଲେ ନବୀନ? ସେପଟେ ସାଙ୍ଗରେ ଆସିଥିଲେ ପାଣ୍ଡିଆନ୍‌

ଆଲୋଚନା ଲାଗି ଆସିଲେ ନବୀନ

ଭୁବନେଶ୍ୱର: ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ଯାହାକୁ ନେଇ ଆଜି ଚର୍ଚ୍ଚା ଚାଲିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକୁ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆଜି କିଛି ଏଭଳି ଦୃଶ୍ୟ ନବୀନ ନିବାସରେ ଦେଖିବାକୁ ମିଳିଥିଲା,  ମଣ୍ଡିରେ ଅବ୍ୟବସ୍ଥା ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ବିଜେପି।

ବିଧାନସଭାରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ଚାଲି ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବିଜେପି ବିଧାୟକ ନବୀନ ନିବାସରେ ବି ପହଞ୍ଚିଥିଲେ। ତେବେ ଏହି ସମୟରେ ନବୀନ ନିବାସକୁ ନଯାଇ ପାରି ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେଡି ବିଧାୟକ ବିଜେପି ସଦସ୍ୟଙ୍କୁ ଧାରଣାରୁ ହଟିବାକୁ ହାତ ଯୋଡ଼ି ନିବେଦନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଆସି ବିରୋଧୀ ନେତାଙ୍କୁ ନବୀନ ନିବାସ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସର୍ବଦଳୀୟ ବୈଠକ ଡକାଯିବ ବୋଲି ନବୀନ କହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସେପଟେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ବିଜେଡି ବିଧାୟକଙ୍କ ଶୋଭାଯାତ୍ରା ଚାଲିଥିଲା, ଯାହାକୁ ନେଇ ଚର୍ଚ୍ଚା ବି ଚାଲିଛି। ତେବେ ନବୀନଙ୍କ ଆଗେ ଆଗେ ପାଣ୍ଡିଆନ୍‌ ଆସୁଥିବା ଦେଖିବାକୁ ମିଳିଛି।

ତେବେ ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା। ଏପରି ପୂର୍ବରୁ ହୋଇନଥିଲା, ଏହି ଘଟଣା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।ଖୁବ୍ ଶୀଘ୍ର ବୈଠକରେ ଆଲୋଚନା ହୋଇ, କିଛି ଫଳ ମିଳିବ ବୋଲି ଆଶା କରାଯାଉଛି। ମଣ୍ଡିରୁ ସବୁ ଧାନ ଉଠିବା କଥାରେ ମୁଖ୍ୟମନ୍ତ୍ରୀ ହଁ ଭରିଥିବା ମଧ୍ୟ କହିଛନ୍ତି ବିରୋଧୀ ଦଳ ଉପନେତା ।

ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଏ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇଛନ୍ତି।  ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିବେ । ବାଚସ୍ପତିଙ୍କ ସହ କଥା ହୋଇ ସର୍ବଦଳୀୟ ବୈଠକ ଡକାଯିବେ ଏବଂ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ମୋଟ୍‌ ଉପରେ କହିବାକୁ ଗଲେ, ସାଧାରଣ ଭାବରେ ନବୀନ ପଟ୍ଟନାୟକ ପୂର୍ବରୁ ଏମିତି କେବେ ଆଲୋଚନା ପାଇଁ ରାସ୍ତାକୁ ବାହାରିନଥିଲେ କିନ୍ତୁ ଆଜି କେମିତି ଓ କାହିଁକି ବିଜେପି ବିଧାୟକଙ୍କ ଲାଗି ନବୀନ ନିବାସରୁ ବାହାରି ଆସିଲେ ତାହାକୁ ନେଇ ଉଷ୍ମ ହୋଇଛି ରାଜନୀତି।

You might also like