ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ସଂପର୍କରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମୃତ୍ୟୁ ସଂଖ୍ୟାର ପୁଣି ଅଡ଼ିଟ କରାଯାଉଛି। ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କୋଭିଡ୍ ରୋଗୀଙ୍କ ମୃତ୍ଯୁକୁ ଆଉଥରେ ଅଡିଟ୍ କରାଯାଉଛି। ଏଥିପାଇଁ ସଂକ୍ରମଣ କମିଲେ ବି ପୁରୁଣା ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଥିବାରୁ ମୃତ୍ୟୁ ଗ୍ରାଫ୍ ଅଧକ ରହୁଛି। ଏହାଦ୍ୱାରା କୋଭିଡ୍ ମୃତ୍ୟୁର ସଠିକ୍ ଡାଟା ମିଳିପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର।

ପ୍ରଥମେ ମହାରାଷ୍ଟ୍ର ଓ ପରେ ବିହାରେ ଏହି ଅଡିଟ୍ କରାଯାଉଛି। ଏହାଛଡ଼ା କୋଭିଡ୍ ସଂକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ୨ ଡୋଜ୍ ଟିକା ନେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଟିକା ନେଲେ କୋଭିଡ୍ ମୃତ୍ୟୁ ୮୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି। ତେବେ ଟିକା ନେବା ପରେ ଜ୍ୱର ହେଲେ ଡରନ୍ତୁ ନାହିଁ। ପାରାସିଟାମଲ୍ ଖାଇଲେ ଏହା ଭଲ ହୋଇଯିବ ବୋଲି ସେ କହିଛନ୍ତି। ଶୀତ କିମ୍ବା ବର୍ଷାରେ ସଂକ୍ରମଣ ବଢିବା ସଂଭାବନା ନାହିଁ।

ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏବେ ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ଦୁଇ ପାଞ୍ଚ ପ୍ରତିଶତ । ଲଗାତର ୨୦ ଦିନ ଧରି ଏହା ୧୦ ପ୍ରତିଶତ ତଳେ ରହିଛି । ଏହା ସହିତ ଦିନକରେ ୩ ହଜାର ୩୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି ପାଇଛି।

Other Stories