ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି, ଗୁମର ଖୋଲିଲେ ମହାରଥୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା ଦେଇଛନ୍ତି। ସେ କଥାକୁ ନେଇ ଆପଣ ମନଦୁଃଖ କରିବେ। ଅମେ ଜାଣିଛୁ ଆପଣଙ୍କର ମନ  କ’ଣ ହେଉଥିବ। ତେବେ ମହେଶ୍ୱରଙ୍କୁ କିଏ ଦଗା ଦେଇଛନ୍ତି ସେନେଇ କାହାରି ନାମ ନେଇ ନଥିଲେ ମହାରଥୀ।

ସେହିପରି  ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି ମହାରଥୀ। ପରାଜୟ ସହ ୯ମାସ ହେଲା ଡିଆରଡିଏ ବୈଠକ ଡକା ନଯିବାକୁ ନେଇ ଜ୍ୟୋତିର୍ମୟଙ୍କୁ କଟାକ୍ଷ କରିଛନ୍ତି ମହାରଥୀ। ଏପରିକି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏପରି ନକହିବାକୁ ମହାରଥୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲେ ମହାରଥୀ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମହାରଥୀଙ୍କ ଏଭଳି ମନ୍ତବ୍ୟ ଦଳର ଅନ୍ତର୍କନ୍ଦଳକୁ ପଦାକୁ ଆଣିଛି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like