ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି?

କାହିଁକି ସନ୍ଦେହ ଘେରକୁ ଆସିଥିଲା ସରୋଜ?

ଭୁବନେଶ୍ୱର: ଯଦୁପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ଖବର ଆସୁଛି। ତେବେ ଏହାରି ମଧ୍ୟରେ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦୁଷ୍କର୍ମ ଘଟଣାରେ ସରୋଜକୁ କାହିଁକି ସନ୍ଦେହ ଘେରକୁ ଆଣିଥିଲା ଏସଆଇଟି?

ବୋଥ୍ରାଙ୍କ କହିବା ଅନୁସାରେ, ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ବେଳେ ଗାଁ ର ସମସ୍ତ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ। ଘଟଣା ଦିନ ଗାଁରେ କିଏ କିଏ ଥିଲେ ସେନେଇ ପୂରାପୂରି ତଦନ୍ତ କରିଥିଲୁ। ୧୪ ତାରିଖ ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ। କିନ୍ତୁ ସରୋଜ ଘରେ କେହି ନଥିଲେ ଅର୍ଥାତ୍ ସେ ଏକା ହିଁ ଘରେ ରହିଥିଲା।

ଏହାସହ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ ବୋଲି କହିଛନ୍ତି ଅରୁଣ ବୋଥ୍ରା। ତେବେ ମୋବାଇଲ ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା। ପରେ ପପଅପରେ ଆମେ ଦେଖିବାକୁ ପାଇଥିଲୁ କି ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କୀତ ନ୍ୟୁଜ୍ ଥିଲା। କୌଣସି ସ୍ଥାନରେ ଘଟିଥିବା ଏକ ନ୍ୟୁଜ ସରୋଜ ଦେଖିଥିଲା।

ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ କରୁ କରୁ ହିଁ ପପଅପ ଆସିଥିଲା। ସରୋଜକୁ ନାବାଳିକା କଥା କହୁ କହୁ ହିଁ ସେ ଆମକୁ ପ୍ରମାଣ ମାଗିଥିଲା ବୋଲି ବୋଥ୍ରା କହିଛନ୍ତି। ଏହାସହ ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିଲେ। କିନ୍ତୁ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ହିଁ ରାଜି ହେଉନଥିଲା ବୋଲି ପ୍ରେସମିଟ୍ କରି ବୋଥ୍ରା ସ୍ପଷ୍ଟ କରିଛନ୍ତି।

ଏହାସହ କେମିତି ଘଟଣା ଘଟିଥିଲା ସେନେଇ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।  ‘ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା ସରୋଜ। ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା।’ ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଏମିତି ବିସ୍ତୃତ ବିବରଣୀ ଆଜି ପ୍ରେସ ମିଟ୍‌ରେ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା।

ସାମ୍ବାଦିକ ସମ୍ମିଳନୀରେ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ବୋଥ୍ରା। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଗତକାଲି ପୋସ୍କୋ କୋର୍ଟରେ ହାଜର କରାଯାଇଥିଲା ପରେ ଆଜି ରିମାଣ୍ଡରେ ନିଆଯାଇଛି।

ଏହି ଘଟଣାରେ ଆଉ କିଏ ସଂପୃକ୍ତ ତାହାର ତଦନ୍ତ କରାଯିବ। ୩ ଦିନିଆ ରିମାଣ୍ଡରେ ଜେରା ପରେ ଆହୁରି ଅନେକ ଘଟଣା ପଦାକୁ ଆସିବ। ନାବାଳିକାର ଶବ ଯେଉଁ ପୋଖରୀରେ ପଡିଥିଲା ତାହା ଶୁଖାଯାଉଛି। ସେଠାରୁ କିଛି ତଥ୍ୟ ମିଳିବା ଆଶା କରାଯାଉଛି ବୋଲି କହିଥିଲେ ବୋଥ୍ରା।

ନାବାଳିକା ହତ୍ୟା ଘଟଣାର ପୁରା ବିବରଣୀ ଦେଇ  ତାଙ୍କ ୨୨ ବର୍ଷ ଚାକିରୀରେ ଏହା ଏକ ବିଭତ୍ସ ଘଟଣା ବୋଲି ବୋଥ୍ରା କହିଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମିଳିନାହାନ୍ତି। ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ରହିଛି। କିନ୍ତୁ ଘଟଣାରେ ସରୋଜର ଭୂମିକା ଥିବା ସ୍ପଷ୍ଟ ହୋଇଛି। ସରୋଜ ନିଜ ଭୁଲ ପୋଲିସ ଆଗରେ ରେ ସ୍ୱୀକାର କରିଛି।

ଏହାସହ ସେ କହିଥିଲେ, ପରୀ ଘର ପାଖରେ ସରୋଜର ଘର। ସରୋଜ ବଡ ଭଉଣୀ ଓ ମା’ ଚାକିରୀ କରିଛନ୍ତି । ସରୋଜ ସାନ ଭଉଣୀ ବିବାହିତ ଏବଂ ପରୀ ସହ ତା’ର ଭଲ ସମ୍ପର୍କ ଥିଲା। ତେଣୁ ପରୀ ତାଙ୍କ ଘରକୁ ନିୟମିତ ଯାଏ। ସରୋଜ ଘର ପାଖରେ ଜାମୁ କୋଳି ଗଛ ଅଛି। ୧୪ ତାରିଖ ପରୀ ନିଖୋଜ ହୋଇଥିଲା। ହେଲେ ୧୩ ତାରିଖ ପରୀ ସରୋଜଙ୍କ ଘରକୁ କୋଳି ଖାଇବାକୁ ଯାଇଥିଲା।

ଘଟଣା ଦିନ ପରୀ ଆସି ନାହିଁ ବୋଲି ସରୋଜ କହିଛି। ହେଲେ ଏବେ ନାବାଳିକା ୧୪ ତାରିଖ ତାଙ୍କ ଘରକୁ ଯାଇଥିବା ସରୋଜ ମାନିଛି। ସରୋଜ କହିବା ଅନୁଯାୟୀ, ସବୁଦିନ ଅନ୍ୟପିଲାଙ୍କ ସହ ପରୀ ତାଙ୍କ ଘରକୁ କୋଳି ଖାଇବାକୁ ଯାଏ।  କିନ୍ତୁ ସେଦିନ ପରୀ ଏକା ଯାଇଥିଲା। ଘରେ କେହି ନଥିଲେ ଅର୍ଥାତ୍ ମାଆ ଓ ଭଉଣୀ ଚାକିରୀକୁ ଯାଇଥିଲେ। ସରୋଜ ଘରେ ଏକା ଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ନାବାଳିକା ଆସି କୋଳି ମାଗିଥିଲା।

ସରୋଜ ତାକୁ ଘରକୁ ଡାକିଥିଲା। ପରେ ତାକୁ ବାଡିପଟ ପଛ ଘରକୁ ନେଇ ସେଠାରେ ପୋଷାକ ଖୋଲିବାକୁ ଚେଷ୍ଟା କରିବାରୁ ପରୀ କାନ୍ଦିଥିଲା। ତାକୁ ଚୁପ୍‌ କରିବାକୁ ଯାଇ ପରୀର ତଣ୍ଟି ଚିପି ଦେଇଥିଲା ସରୋଜ। ପରୀର ଫ୍ରକ୍‌ରେ ସିମେନ ଚିହ୍ନ ଥିବା ବୋଥ୍ରା କହିଛନ୍ତି। ତେଣୁ ନାବାଳିକାକୁ ହତ୍ୟା ଓ ଦୁଷ୍କର୍ମ କରାଯାଇଛି ବୋଲି ସେ କହିଛନ୍ତି।

You might also like