କାହିଁକି ନବୀନ ନିବାସ ଘେରାଉ କଲେ RTI କର୍ମୀ?

RTI କର୍ମୀଙ୍କ ନବୀନ ନିବାସ ଘେରାଉ

ଭୁବନେଶ୍ୱର : ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାରେ RTI କର୍ମୀଙ୍କ ନବୀନ ନିବାସ ଘେରାଉ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ମାଷ୍ଟର କ୍ୟାଣ୍ଟିନ ଛକରୁ ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ  । ତେବେ ଆରଟିଆଇ କର୍ମୀ ମାନେ ବ୍ୟାରିକେଡ ଭାଙ୍ଗିବା ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା ।

ପରେ ପୋଲିସ ଓ ଆରଟିଆଇ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।  ତେବେ ଏ ପ୍ରସଙ୍ଗରେ ବିଧାୟକ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା ମିଳିପାରିନି ।

You might also like