କରୋନା ସଂକ୍ରମଣ ପାଇଁ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ?

ଭୁବନେଶ୍ୱର: କରୋନାର ଦ୍ୱିତୀୟ ୱେଭ୍ ନେଇ ଅନେକଙ୍କ ମଧ୍ୟରେ ଆଶଙ୍କା ବଢିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପ୍ରତି ସତର୍କ ରହିବାକୁ ସେଚତନ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ କଡାକଡି କରାଯାଇଛି।  ଏପରି କ୍ଷେତ୍ରରେ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ସେନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ। ଏହି ଦିନରେ ଭାଇରାଲ ଇନଫେକ୍ସନ ଅଧିକ ହୁଏ । ତେଣୁ ସଂକ୍ରମଣ ବଢିବା ଆଶଙ୍କା ରହିଛି । ସେକେଣ୍ଡ ୱେଭରେ ଆସୁଥିବା ଭାଇରସର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି, ଯାହା ପୂର୍ବ ଅପେକ୍ଷା ଅଧିକ କ୍ଷତି କାରକ । ଆମ ଦେଶରେ ଏପର୍ଯ୍ୟନ୍ତ ନୂଆ ଷ୍ଟ୍ରେନର କୌଣସି ରିପୋର୍ଟ ହୋଇନାହିଁ। କିନ୍ତୁ ଆମକୁ ଟିକିଏ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ନିରୋଜ ମିଶ୍ର।

ସେହିପରି ଧୀରେ ଧୀରେ ଅନଲକ ବ୍ୟବସ୍ଥା ହେଉଥିବାରୁ ଲୋକେ ଏକାଠି ହେଉଛନ୍ତି । ଶୀତଦିନେ ୟୁରୋପ ଓ ଆମେରିକାରେ ବି ସଂକ୍ରମଣ ବଢୁଛି । ତେଣୁ ଏଭଳି ଆଶଙ୍କା କରାଯାଉଛି । ସେଥିପାଇଁ ଅନେକ ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି। ଆମ ରାଜ୍ୟରେ ବି ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।

You might also like