କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭୁବନେଶ୍ୱର: ମେ ୨୦୧୪ରୁ ସି’ ସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରି ଆସୁଛି । ଦୀର୍ଘ ୬ ବର୍ଷ ଧରି ମାମଲାର ତଦନ୍ତ  ଚାଲିଛି ।  ମହାନଦୀ ବୋଟିଂ ପ୍ରକଳ୍ପ ଓ ଅଟ୍ରି ଗେଷ୍ଟହାଉସ୍ ପ୍ରକଳ୍ପ ମାମଲାରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର ତଦନ୍ତ ପରିସରଭୁକ୍ତ ଅଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସେ ଏହି ଦୁଇ ପ୍ରକଳ୍ପକୁ ସି’ ସୋରକୁ ଦେବା ପାଇଁ ମଞ୍ଜୁରୀ ଦେଇଥିଲେ ।

ଏହି ମାମଲାରେ ୨୦୧୬ ଅଗଷ୍ଟ ୫ରେ ଦେବୀ ମିଶ୍ରଙ୍କ ସହଯୋଗୀ ଦିଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂଙ୍କୁ ପଚରାଉଚରା କରିଥିଲା ସିବିଆଇ । ସି’ ସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ୨୦୧୩ରେ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ୨୦୧୪ ନଭେମ୍ବରରେ ପ୍ରଶାନ୍ତଙ୍କ ନିକଟତର ମିଡିଲ ମ୍ୟାନ ଶୁଭଙ୍କର ନାୟକଙ୍କୁ ଗିରଫ କରିବା ପରେ ମାମଲା ଉପରୁ ଗୋଟଏ ପରେ ଗୋଟିଏ ପରଦା ଉଠିଥିଲା। ଶୁଭଙ୍କରଙ୍କ ପାଖରୁ ଜବତ ହୋଇଥିଲା ମାମଲା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଡାଏରୀ। ଯେଉଁଥିରେ ବହୁ ହାଇପ୍ରୋଫାଇଲ୍ ବ୍ଯକ୍ତିଙ୍କ ବାବଦରେ ସିବିଆଇ ତଥ୍ୟ ପାଇଥିବା ଚର୍ଚ୍ଚା ହୋଇଥିଲା ।

ଡାଏରୀରେ ନେତା, ମନ୍ତ୍ରୀ ଓ କିଛି ଆଇଏସ୍, IPS ଙ୍କ ନାଁ ଥିବା ଚର୍ଚ୍ଚା ହୋଇଥିଲା। ୨୦୧୭ରେ ସିବିଆଇ ତତ୍କାକାଳୀନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ସହ ଓ ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପଚରାଉଚରା କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ୪୪ଟି କମ୍ପାନିର ଠକେଇକୁ ନେଇ ତଦନ୍ତ କରୁଛି  ସିବିଆଇ ।

ସୂଚନା ଥାଉ କି, ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ  ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଥିବା ଘରେ ଆଜି CBI ରେଡ୍ କରିଥିବା ଜଣାପଡ଼ିଛି। ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି।

ଦେବୀ ମିଶ୍ରଙ୍କ କଟକ ନରସିଂହପୁର ବାସଭବନରେ ବି ସିବିଆଇ ଟିମ୍ ପହଞ୍ଚି ଯାଞ୍ଚ କରିଛି। ଭୁବନେଶ୍ୱର ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଛି। ସିବିଆଇ ଟିମ୍‌ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like