କାହିଁକି ଉଦ୍ଧାର ହେଉନି ବ୍ଲାକରୋଜ୍ ?

ପାରାଦୀପ: ଦୀର୍ଘ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ ପୁଣି ବିପଦ ସାଜିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଘଟିଥିଲା ଏହି ଅଘଟଣ।

ସମୁଦ୍ରରେ ଜୁଆର ପାଣିଥିବାରୁ ବୁଡି ରହିଥିବା ବ୍ଲାକରୋଜ୍ ଜାହାଜକୁ ଦେଖି ପାରିନଥିଲେ ଏକ ଟ୍ରଲର ଡ୍ରାଇଭର। ଫଳରେ ଜାହାଜକୁ ଧକ୍କା ହେବା ପରେ ବୋଟ୍‌ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ଏହାପରେ ଜାହାଜରେ ଥିବା ସମସ୍ତ ୯ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ।

ଏହି ଖବର ପାଇ ଅନ୍ୟ ଏକ ଟ୍ରଲର ଘଟଣାସ୍ଥଳକୁ ଯାଇ ପ୍ରଥମେ ୫ ଓ ପରେ ଅନ୍ୟ ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ କୂଳକୁ ଆଣିବାକୁ ଉଦ୍ୟମ କରାଯାଉଛି। ପୂର୍ବରୁ ମଧ୍ୟ ଏହି ବ୍ଲାକ୍‌ରୋଜ୍‌ର ସହ ପିଟି ହୋଇ ଅନେକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କାହିଁକି ବ୍ଲାକ୍‌ରୋଜ୍‌କୁ ଉଦ୍ଧାର କରାଯାଉନାହିଁ, ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି।

You might also like