କାହିଁକି ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଜେନ୍ ଟେଷ୍ଟ?

ଭୁବନେଶ୍ୱର: ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ।

ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନ ର ନିର୍ଦ୍ଦେଶକ। ଦେଶରେ କରୋନା ଭାଇରସର ଯେଉଁ ୪ଟି ଷ୍ଟ୍ରେନ୍ ଅଛି ତାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଭ୍ୟାକ୍ସିନ ପ୍ରସଙ୍ଗରେ ସେ କହିଛନ୍ତି, ଏତେ ଶୀଘ୍ର ନୁହେଁ ଭ୍ୟାକ୍ସିନ ଆସୁ ଆସୁ ଆସନ୍ତା ବର୍ଷ ହୋଇଯିବ ହ୍ୟୁମାନ ଟ୍ରାଏଲ ରେଜଲ୍ଟ ପରେ ହିଁ ଭ୍ୟାକ୍ସିନ ଆସିପାରିବ।

କରୋନା ବାୟୁ ବାହିତ ରୋଗ ବୋଲି ଆସିଥିବା ତଥ୍ୟ ଉପରେ ସେ କହିଛନ୍ତି। ଏହା ଉପରେ WHO ଯାହା କହିବ ତାପରେ ଯାଇ ICMR ନିଷ୍ପତ୍ତି ନେବେ। ରାଜ୍ୟରେ ବଢୁଥିବା ପଜିଟିଭ ସଂଖ୍ୟା ନେଇ ଜୀବ ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶ ଅଜୟ ପରିଡ଼ା କହିଛନ୍ତି। ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ପଜିଟିଭ ଆସୁଛି। ତେବେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like