• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଗତ ଥର ଅପେକ୍ଷା ଏଥର କଣ ପାଇଁ ଅଧିକ ମୁଣ୍ଡ ନେଉଛି ମହାମାରୀ ? ଏପ୍ରିଲରେ ରାଜ୍ୟରେ ୧୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’ ମାସ ଅଧାବେଳକୁ କୋଭିଡ୍ ନେଲାଣି ୨୭୦ ଜଣଙ୍କ ଜୀବନ । ଏହାକୁ ନେଇ ଏବେ ଚିନ୍ତା ବଢୁଥିବା ବେଳେ ଭାଇରସର ରୂପ ପରିବର୍ତ୍ତନ, ରୋଗ ଚିହ୍ନଟ ସାଙ୍ଗକୁ ମେଡିକାଲ ଆଡମିଶନରେ ବିଳମ୍ବ କାରଣରୁ ମୃତ୍ୟୁ ସଂଖ୍ୟା ବଢୁଥିବା ମତ ଦେଇଛନ୍ତି ବିଶେଷଜ୍ଞ । ଏପଟେ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢୁଥିବା ଏବଂ ଶବ ଶତ୍କାର ପାଇଁ ଶ୍ମଶାନ ଘାଟର ଅଭାବ ହେଉଥିବାରୁ ଏହାକୁ ଲକ୍ଷ୍ୟ କରି ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଶ୍ମଶାନଘାଟର ନିର୍ମାଣ କାର୍ଯ୍ୟ ।

କରୋନାର ପ୍ରଥମ ଲହରଠାରୁ ଅଧିକ ଘାତକ ହେଉଛି ଦ୍ୱିତୀୟ ଲହର । ଖାଲି ଦ୍ରୁତ ସଂକ୍ରମଣ ନୁହେଁ, ତା’ ସାଙ୍ଗକୁ ଅଧିକ ମୁଣ୍ଡ ବି ନେଉଛି ମହାମାରୀ । ଯଦି ଆମେ ଦେଖିବା, ମେ’ ମାସ ଅଧା ବେଳକୁ କେତେ ଭୟଙ୍କର ଏବଂ ଘାତକ ସାଜିଛି କରୋନା ରାକ୍ଷସ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପ୍ରିଲ ମାସରେ କରୋନାରେ ପ୍ରାଣ ହରାଇଥିଲେ ୧୨୨ ଆକ୍ରାନ୍ତ ହେଲେ ମେ’ ଆରମ୍ଭରୁ ହିଁ ଆକ୍ରାମକ ସାଜିଛି କରୋନା ଭୂତାଣୁ । ଆଜି ସୁଦ୍ଧା ଅର୍ଥାତ ୧୬ ଦିନ ଭିତରେ କୋଭିଡ୍ ନେଲାଣି ୨୭୦ ଜଣଙ୍କ ଜୀବନ । ଯାହାକି ହାରାହାରି ହିସାବରେ ଦୈନିକ ପ୍ରାୟ ୧୬ରୁ ଅଧିକ ।

ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ କାହିଁକି ଏତେ ସାଂଘାତିକ ରୂପ ଧାରଣ କରୁଛି କରୋନା ? ବିଶେଷଜ୍ଞଙ୍କ ମତରେ କରୋନା ଭାଇରସ୍ ରୂପ ପରିବର୍ତ୍ତନ କରି ଅଧିକ ଶକ୍ତିଶାଳୀ ହୋଇଥିବା, ଆକ୍ରାନ୍ତଙ୍କ ଚିହ୍ନଟରେ ବିଳମ୍ବ, ମେଡିକାଲରେ ଆଡମିଶନରେ ଡେରି ଏବଂ ତତ୍କାଳ ଚିକିତ୍ସାର ଅଭାବ ଆଦି କାରଣ ପାଇଁ ବଢୁଛି ମୃତ୍ୟୁ ସଂଖ୍ୟା ।

ଏପଟେ ମହାମାରୀ ଦିନକୁ ଦିନ କେତେ ଅଧିକ ଆକ୍ରାମକ ଢଙ୍ଗରେ ମୃତ୍ୟୁର ତାଣ୍ଡବ ରଚୁଛି, ତାର ମୁକସାଖି ହେଉଛି ଶ୍ମଶାନ ଘାଟ । ସହରରୁ ଗାଁ ଯାଏଁ କେଉଁଠି ବି ମଶାଣି ଜୁଇକୁ ଫୁରୁସତ ନାହିଁ । ସବୁଠି ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ଓ ଶେଷକୃତ୍ୟ ପାଇଁ ଲାଗୁଛି ଗହଳି । ଏମିତିକି ମୃତଦେହ ସତ୍କାର ଲାଗି ଘଣ୍ଟା, ଘଣ୍ଟା ଅପେକ୍ଷା କରୁଛନ୍ତି ପରିଜନ । ଆଗକୁ ଏସମସ୍ୟା ଆହୁରି ଗମ୍ଭୀର ହେବାକୁ ଯାଉଥିବା ଲକ୍ଷ୍ୟ କରି ରାଜଧାନୀରେ ସତ୍ୟନଗର ବାଦ୍ ଆଉ ଦୁଇଟି ସ୍ଥାନରେ ଶ୍ମଶାନ ଘାଟର ନିର୍ମାଣ କରୁଛି ମହାନଗର ନିଗମ ।

ସେଥିମଧ୍ୟରୁ ଗୋଟିଏ ପଟିଆସ୍ଥିତ ଜଳିମୁଣ୍ଡା ସାହି ଏବଂ ଅନ୍ୟଟି ଭରତପୁର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ପଟିଆରେ ଉଭୟ ଗ୍ୟାସ୍ ଓ କାଠ ଚୂଲାରେ ଦୈନିକ ୨୦ ଏବଂ ଭରତପୁରରେ କେବଳ କାଠ ଚୂଲାରେ ଦୈନିକ ୧୦ଟି ଶବଦାହ କରାଯାଇପାରିବ । ଆସନ୍ତା ସପ୍ତାହେ ଭିତରେ ଏହି ଦୁଇଟି ଯାକ ସ୍ମଶାନ ଘାଟ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏପଟେ ସମ୍ବଲପୁରର ସହରରେ ବି ଶବଦାହ ସମସ୍ୟା ଦୂର ପାଇଁ ସମ୍ବଲପୁର ଓ ବୁର୍ଲାରେ ଥିବା ୫ଟି ଯାକ ସ୍ମଶାନରେ କୋଭିଡ୍ ମୃତକଙ୍କ ଶବ ସତ୍କାର ଲାଗି ଅନୁମତି ଦେଇଛି ମହାନଗର ନିଗମ । ବୁର୍ଲାରେ ଥିବା ୩ଟି ସ୍ମଶାନଘାଟର ଶବଦାହ କ୍ଷମତା ବି ବୃଦ୍ଧି କରାଯାଇଛି ।

Why-2nd-wave-of-corona-is-more-dangerous-than-fast-wave
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories