ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ?

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ ? ରଥ ବନ୍ଦ ଷଡ଼ଯନ୍ତ୍ରକୁ ନେଇ OTV ହାତରେ ଲାଗିଛି ବଡ଼ ଦସ୍ତାବିଜ୍। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା। ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା, ସ୍ୱତ୍ତ୍ୱ ଲିପି, ପରମ୍ପରାକୁ ଦେଖି ଅନୁମତି ଦେବା ବିଧେୟ। ୧୦ଟି ବିନ୍ଦୁ ଦର୍ଶାଇ ରଥଯାତ୍ରା ପାଇଁ ସୁପାରିଶ କରିଥିଲା କମିଟି।

ଯେପରି ବିନା ଭକ୍ତରେ ରଥଯାତ୍ରା, ପୁରୀ ସୀମା ସିଲ୍, କୋଭିଡ ଟେଷ୍ଟ ସହ ସ୍ୱଳ୍ପ ସେବାୟତ, ସାମାଜିକ ଦୂରତ୍ୱ ଆଦି ୧୦ ବିନ୍ଦୁ କରାଯାଇଥିଲା। ପରିଚାଳନା କମିଟି ସୁପାରିଶ ଆଧାରରେ ମୁଖ୍ୟ ପ୍ରଶାସକ ଚିଠି କରିଥିଲେ। ଜୁନ୍ ୫ରେ ଆଇନ ବିଭାଗକୁ ଚିଠି କରି ରଥଯାତ୍ରା ଅନୁମତି ମାଗିଥିଲେ।

ମୁଖ୍ୟ ପ୍ରଶାସକଙ୍କଠୁ ପ୍ରସ୍ତାବ ପାଇ ବି ରାଜ୍ୟ ସରକାର ଚୁପ୍ ବସିଥିଲେ। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଅଗ୍ରଗତି କଥା କହିନଥିଲେ ସରକାର। ପରିଚାଳନା କମିଟି ନିଷ୍ପତ୍ତି, ମୁଖ୍ୟ ପ୍ରଶାସକଙ୍କ ଚିଠି କଥା କହିନଥିଲେ। ଭକ୍ତଶୂନ୍ୟ ରଥଯାତ୍ରା, ଆଗେଇଥିବା ପ୍ରକ୍ରିୟା ନେଇ ଚୁପ୍ ରହିଥିଲେ। ଅପରନ୍ତୁ ୧୦/୧୨ ଲକ୍ଷ ଭକ୍ତ ହେବେ ବୋଲି ବିଭ୍ରାନ୍ତ ତଥ୍ୟ ଦିଆଯାଇଥିଲା।

ଏଣେ ଆଶ୍ଚର୍ଯ୍ୟର କଥା ହେଉଛି, ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ଓ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଆଗେଇ ଥିବା ପ୍ରକ୍ରିୟା ବିଷୟରେ ପଦେ ବି ଉଲ୍ଲେଖ କରିନଥିଲେ।

ଓଲଟା ରଥଯାତ୍ରା ହେଲେ ୧୦ରୁ ୧୨ ଲକ୍ଷ ଭକ୍ତ ସମାଗମ ହେବ ବୋଲି କୋର୍ଟକୁ ବିଭାନ୍ତିକର ତଥ୍ୟ ଦିଆଯାଇଥିଲା। ଏହାକୁ ନେଇ ପୁରୀ ମହାରାଜ ଦିବ୍ୟସିଂହ ଦେବ ଗୁମର ଖୋଲିବା ସହ କମିଟିର ଭାବନକୁ ସରକାର ଗ୍ରହଣ କରିନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like