ପୂରା ଓଡ଼ିଶା ହେଲା ଲକ୍‌ଡାଉନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍‌ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା ଲକ୍‌ଡାଉନ ହେବ ।

ପ୍ରଥମେ ୫ଟି ଜିଲ୍ଲା ଏବଂ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ରାଜ୍ୟ ସରକାର ଗତ ୨୨ତାରିଖରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା । ପରେ ଆଜିଠୁ ଆଉ ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଲକ୍ ଡାଉନ ଘୋଷଣା ହୋଇଥିଲା।  ଆଉ ୧୬ଟି ଜିଲ୍ଲା ଯୋଡି ହୋଇଯିବା ପରେ ଏବେ ସମ୍ପୂର୍ଣ୍ଣ ଓଡିଶା ଲକ୍ ଡାଉନ ରହିବ ।

ଆଜି ଅପରାହ୍ନ ୪ଟା ୩୦ରେ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କରୋନା ମୁକାବିଲା ନେଇ କୋଭି଼ଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି।

You might also like