ପିଲାଙ୍କ ଘରେ ପହଞ୍ଚିବ ପାଠପଢ଼ା ବହି

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ୍‌ ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏନେଇ ସମସ୍ୟା କିପରି ଦୂର ହେବ, ସେନେଇ ପଦକ୍ଷେପ ନେବେ ସରକାର। ସେଥିପାଇଁ ପିଲାମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବେ ଶିକ୍ଷକ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶିକ୍ଷକ ବହି ପହଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।  ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି। ୨୫ ସୁଦ୍ଧା ପିଲାମାନଙ୍କ ପାଖରେ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ପିଲାମାନେ ବହି ନେବାକୁ ଆସିବେନି। ଶିକ୍ଷକମାନେ ଯାଇ  ପିଲାଙ୍କ ଘରେ ବହି ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁରୀ ଜିଲ୍ଲାରେ ଏହା ପ୍ରଥମ ଲାଗୁ ହେବ ଓ ପରେ ସାରା ରାଜ୍ୟ ଏହା ଲାଗୁ କରାଯିବ।

ଏହାଛଡ଼ା ଆସନ୍ତା ମେ ୩ ତାରିଖ ପରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।  କରୋନା ସ୍ଥିତିକୁ ଦେଖି ରାଜ୍ୟର ସମସ୍ତ ସ୍କୁଲକୁ ଜୁନ୍ ୧୭ ପର୍ଯ୍ୟନ୍ତ ସରକାର ଛୁଟି ଘୋଷଣା କରାଯାଇଛି।

You might also like