ପ୍ରଦୀପ ମହାରଥୀଙ୍କ ପରିବାର ପାଇବେ ବିଜେଡି ଟିକେଟ୍ !

ପୁରୀ: ବାଲେଶ୍ୱର ଓ ତିର୍ତ୍ତୋଲ ସରିଲା, ଆଗକୁ ପିପିଲି ଟେଷ୍ଟ। ତାରିଖ ଘୋଷଣା ହେଇନି, କିନ୍ତୁ ଉପନିର୍ବାଚନ ପାଇଁ ତେଜିଲାଣି ରାଜନୈତିକ ଗତିବିଧି। ମହାରଥୀଙ୍କ ଗଡ଼ରେ କେଉଁ ଦଳରୁ କିଏ ହେବେ ଯୋଦ୍ଧା ? ନେତାଙ୍କ କହିବାକଥା, ପିପିଲି ରାଜନୀତିର ମହାରଥୀ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାର ହିଁ ପାଇବେ ବିଜେଡି ଟିକେଟ୍ ହେଲେ କିଏ ? ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ରପ୍ରତାପ ମହାରଥୀ?

ଭୋଟରଙ୍କୁ ବାନ୍ଧି ରଖିବାକୁ ମହାରଥୀ ପରିବାର ଏବେଠୁ ଫୁଲ୍ ଦମ୍‌ରେ ଗ୍ରାଉଣ୍ଡଓ୍ୱାର୍କ ତ ଆରମ୍ଭ କରିଦେଲେଣି ହେଲେ ପରିବାରରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ପିପିଲି ବିଜେଡି କିନ୍ତୁ ଦୁଇଫାଳ। ପିପିଲି ବ୍ଲକ୍ ଅଧ୍ୟକ୍ଷଙ୍କ ସ୍ୱାମୀ ଆର୍ତ୍ତବନ୍ଧୁ ସାମନ୍ତରାୟ ଓ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପ୍ରତିଭା ମହାରଥୀଙ୍କ ସପକ୍ଷରେ ବ୍ୟାଟିଂ କରୁଥିଲା ବେଳେ ପୁଅ ରୁଦ୍ରଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ବାହାରିଛନ୍ତି ପିପିଲି ବ୍ଲକ୍‌ର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପ୍ରଦୀପ ମହାରଥୀଙ୍କ ଅତି ଘନିଷ୍ଠ ତଥା ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ଓ ପିଏ କୁଞ୍ଜ ଦାସ। ସେହିପରି ଯୁବ ସଂଗଠନ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯିବାକୁ ଚାହୁଁଥିଲାବେଳେ ଛାତ୍ର ସଂଗଠନ ଚାହୁଁଛି ପୁଅ ରୁଦ୍ରପ୍ରତାପଙ୍କୁ।

ଏପଟେ ବାଲେଶ୍ୱରରେ ଗଡ଼ ବଞ୍ଚାଇ ପାରିନଥିବା ବିଜେପି, ପିପିଲି ଜରିଆରେ ବିଧାନସଭାର ସିଟ୍ ସଂଖ୍ୟାକୁ ପୁଣି ୨୩କୁ ଫେରାଇ ଆଣିବାକୁ ପାଗ ଭିଡ଼ିଛି। ଆଗୁଆ କ୍ଷେତ୍ରପ୍ରସ୍ତୁତି ଉଦ୍ଦେଶ୍ୟରେ ଦଳ ପିପିଲିର ଗଲାଥର ପ୍ରାର୍ଥିୀ ଆଶ୍ରିତ ପଟ୍ଟନାୟକଙ୍କୁ ଧରି ଡେଲାଙ୍ଗରେ ଘର ଘର ସଂପର୍କ ଅଭିଯାନକୁ ଜୋରଦାର କରିଛନ୍ତି ଦଳୀୟ ନେତା। ଯାହାର ମଙ୍ଗ ଧରିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତଥରର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର।

ଏପଟେ ବାଲେଶ୍ୱର ଓ ତିର୍ତ୍ତୋଲରେ ଦୟନୀୟ ପ୍ରଦର୍ଶନକୁ ଭୁଲି କଂଗ୍ରେସ ପିପିିଲି ପାଇଁ କସରତ ଆରମ୍ଭ କରିଦେଇଛି। ତେବେ ପ୍ରାର୍ଥୀ ଖୋଜିବା ପୂର୍ବରୁ ରାଜ୍ୟ ମୁଖ୍ୟାଳୟରେ ଆଜି ବସିଥିବା ବୈଠକରେ ଆଗ ସଂଗଠନ ପୁନର୍ଗଠନ ଉପରେ ଜୋର୍ ଦିଆଯାଇଛି। ଏଥିସହ ପ୍ରାର୍ଥୀ ଚୟନ ପାଇଁ ୮ ଜଣିଆ କମିଟି ଗଢ଼ାଯାଇଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ।

ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲା ବେଳେ ପିପିଲି ଦଖଲ ପାଇଁ ଏବେଠୁ ରାଜନୈତିକ ଗତିବିଧିକୁ ନେଇ ଚର୍ଚ୍ଚା।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like