• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ଆସିଲା ନୂଆ ତଥ୍ୟ।  ଘଟଣା ପଛରେ ବାହ୍ୟ ଶତ୍ରୁଙ୍କ ହାତ ଥାଇପାରେ ବୋଲି କହିଲେ ତପନ ମିଶ୍ର। ଓଟିଭିକୁ ଫୋନରେ ସାକ୍ଷାତକାର ଦେବା ସମୟରେ ଏମିତି କହିଲେ ତପନ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହ୍ୟ ଶତ୍ରୁଙ୍କ ସହ ଅନୁଷ୍ଠାନ ଭିତରର ଲୋକ ସଂଶ୍ଳିଷ୍ଟ ଥାଇପାରନ୍ତି। ଯଦି ଅନୁଷ୍ଠାନ ମଧ୍ୟରେ କାମ କରୁଥିବା ଲୋକ ନଥାନ୍ତେ ଏମିତି ହେବା କଷ୍ଟ ବୋଲି ତପନ କହିଛନ୍ତି। ଯେଉଁମାନେ ବି ଏମିତି ହୀନ କାମ କରିଛନ୍ତି ସେମାନେ ଦେଶ ଓ ଇସ୍ରୋର ଶତ୍ରୁ ବୋଲି ସେ କହିଛନ୍ତି। ତେଣୁ ସେମାନଙ୍କୁ ଖୋଜି ବାହାର କରିବା ନିହାତି ଆବଶ୍ୟକ। ତଦନ୍ତକାରୀ ସଂସ୍ଥା ଦ୍ୱାରା ତ୍ୱରିତ ତଦନ୍ତ ଦାବି  ବି କଲେ ତପନ ମିଶ୍ର।

ତପନ ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ, ୨୦୧୭ ମେ ୨୩ରେ ଖାଦ୍ୟରେ ଆର୍ସେନିକ ଟ୍ରାଇ ଅକ୍ସାଇଡ୍ ମିଶା ଯାଇ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା। ଯାହାଦ୍ୱାରା ଝାଡ଼ାରେ ରକ୍ତ ପଡ଼ିବା ସହିତ ଶ୍ୱାସକ୍ରିୟାରେ ସମସ୍ୟା, ହାତ ଓ ପାଦରୁ ଚମଡ଼ା ଛାଡ଼ିବା ସହ ଫଙ୍ଗାଲ ଇନଫେକସନ ଯୋଗୁଁ ଚର୍ମ ରୋଗ ଦେଖା ଦେଇଥିଲା। ତପନ ଏବେ ଇସ୍ରୋରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ। ପୂର୍ବରୁ ସେ ଇସ୍ରୋର ଅହମ୍ମଦାବାଦରେ ଥିବା ସ୍ପେଶ ଆପ୍ଲିକେସନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୧୭ ମେ’ ୨୩ରେ ମାରାତ୍ମକ Arsenic Trioxide ମୋତେ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ସ୍ନାକ୍ସରେ ଦୋସା ଓ ଚଟଣିରେ ବିଷ ମିଶାଇ ମୋତେ ଖାଇବାକୁ ଦିଆଯାଇଥିଲା। ଏହା ପରେ ପରେ ମୁଁ ଅସୁସ୍ଥ ଅନୁଭବ କରିଥିଲି। ଶ୍ୱାସକ୍ରିୟା ଜନିତ ସମସ୍ୟା ଭୋଗିଥିଲି। ଏହାସହ ଚର୍ମ ରୋଗ ମଧ୍ୟ ଦେଖା ଦେଇଥିଲା ଓ ଫଙ୍ଗାଲ ଇନ୍‌ଫେକସନ ହୋଇଥିଲା। ଏହାପରେ ଦୁଇ ବର୍ଷରୁ ଅଧିକ ଦିନ ଧରି TMH ମୁମ୍ବାଇ ଓ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଇଥିଲି ବୋଲି କହିଛନ୍ତି ଇସ୍ରୋ ବୈଜ୍ଞାନିକ ତପନ ମିଶ୍ର।

ଏହି ଘଟଣାକୁ ନେଇ ଦିଲ୍ଲୀ ଏମ୍ସର ମେଡିକାଲ ରିପୋର୍ଟ ମଧ୍ୟ ଦର୍ଶାଇଛନ୍ତି ତପନ। ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

Who-poisoned-the-food
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories