• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଫେରିଛି ସଟଡାଉନ। କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର। ତେବେ ଏହି ସମୟରେ କେବଳ ଜରୁରୀ କାମରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଯିବା ଆସିବାର ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି।

ଜାଣନ୍ତୁ ସଟଡାଉନ୍‌ରେ କେଉଁମାନେ ରହିବେ କଟକଣା ମୁକ୍ତ

ସଟାଡଉନ ସମୟରେ ପୋଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, ସ୍ୱରେଜ୍ ଏବଂ ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ ଯାଇପାରିବେ ବୋଲି ସୂଚନା ମିଳିଛି। ଏହାସହ କମିଶନରେଟ ଓ ଜିଲ୍ଲା ପୋଲିସ୍‌ ଦ୍ୱାରା ଚିହ୍ନଟ ସାମ୍ବାଦିକଙ୍କ ପାଇଁ କଟକଣାମୁକ୍ତ ରହିବ। ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ଖବର କାଗଜ ଦେଇପାରିବେ ବୋଲି ସୂଚନା ମିଳିଛି। ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଏହି ସମୟରେ ଚାଲିପାରିବ।

ହୋଟେଲ ଖାଇବା ଉପରେ କଟକଣା

ମଲର ଫୁଡ୍ କୋର୍ଟରେ କେହି ଖାଇ ପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ହୋଟେଲରେ ଖାଇବା ମନା କିନ୍ତୁ କେବଳ ପାର୍ସଲ ମିଳିବ। ଏହାସହ ରାସ୍ତା କଡ ବ୍ୟବସାୟୀ ବି ଲୋକଙ୍କୁ ଖାଇବାକୁ ଦେବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭିଡକୁ ଦୃଷ୍ଟିରେ ରଖିବେ ଦୋକାନୀ ନଚେତ ଆକ୍ସନ ନିଆଯିବ ବୋଲି କହିଲେ ଏସଆରସି।

ଜାରି ରହିବ ନାଇଟ୍‌ କର୍ଫ୍ୟୁ

ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିବ। ଅତ୍ୟାବଶ୍ୟକ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ପାସ୍‌ ଲୋଡ଼ା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ବୈଧ ପରିଚୟପତ୍ର ସହ ଯାତାୟାତ କରିପାରିବେ କର୍ମଚାରୀ । ଏଣିକି ରାଜ୍ୟ ବାହାରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଗଲା।

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି। ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ। ତେବେ ଏହାକୁ ନେଇ ଆଜି ପ୍ରେସମିଟ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଏଠାରେ ସୂଚନା ଦେଉଛୁ ଯେ, ଆଜି ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ତେବେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର।

 

Who-are-allowed-to-move-in-shotdown-time
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories