ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର

ପୁଣି ନନ୍ଦନକାନନରେ ଜନ୍ମ ନେଲା ଧଳାବାଘ

ଭୁବନେଶ୍ୱର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର । ପୁଣି ନନ୍ଦନକାନନରେ ଜନ୍ମ ନେଲା ଧଳାବାଘ । ଶନିବାର ସକାଳ ୭ଟା ୫ ମିନିଟ୍ ଓ ୮ ଟାରେ ଧଳା ବାଘୁଣୀ ବିଜୟା ଗର୍ଭରୁ ଦୁଇଟି ବାଘ ଛୁଆ ଜନ୍ମ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ହୋଇଥିବାବେଳେ ଅନ୍ୟଟି ସାଧାରଣ ମହାବଳ ବାଘ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଗତ ଜୁନ୍ ମାସରେ ବାଘ ରୋଶନ୍ ଓ ବାଘୁଣୀ ବିଜୟାର ମିଳନରୁ ଏହି ଦୁଇ ବାଘଙ୍କ ଜନ୍ମ ହୋଇଛି । ବାଘ ଛୁଅାଙ୍କ ଜନ୍ମ ପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୬ ରେ ପହଞ୍ଚିଛି ।

ନବଜନ୍ମିତ ବାଘ ଛୁଅାଙ୍କ ବ୍ୟତୀତ ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ, ୨ଟି କଳାବାଘ ଓ ୧୪ଟି ସାଧାରଣ ମହାବଳ ବାଘ ଅଛନ୍ତି । ଦୁଇ ବାଘ ଶାବକଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ମା ଓ ଛୁଅା ବାଘଙ୍କ ଉପରେ ସତର୍କତାର ସହ ନଜର ରଖିଛନ୍ତି । ତେବେ ସେମାନଙ୍କୁ ବର୍ତ୍ତମାନ ସାଧାରଣ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡ଼ାଯିବ ନାହିଁ ।

କିଛିଦିନ ପରେ ସେମାନଙ୍କୁ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏନ୍‌କ୍ଲୋଜରରେ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

You might also like