କେନ୍ଦ୍ରାପଡାରୁ ଧଳା ରଙ୍ଗର ସାପ ଉଦ୍ଧାର
ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଧଳା ରଙ୍ଗର ସାପ ଉଦ୍ଧାର। ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ୧ ଫୁଟ୍ର। ଏହି ସାପକୁ ବାଲିସୁଆଁ ଗାଁର ତପନ ଜେନା ଦେଖି ଉଦ୍ଧାର କରିଥିଲେ। ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍କୁ ପଠାଇଥିଲେ।
ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ଗାଁ ଠାରୁ ପ୍ରାୟ ୧୦ କିମି ଦୂର ଜଙ୍ଗଲରେ ଛାଡି ଦିଆଯାଇଛି।