ପାଞ୍ଚପଡ଼ାରୁ ମିଳିଲା ଧଳା ସାପ
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଞ୍ଚପଡ଼ା ଗାଁରୁ ମିଳିଛି ଏକ ବିରଳ ସାପ। ଏହାର ଲମ୍ବ ପାଖାପାଖି ୩ଫୁଟ ହୋଇଥିବା ବେଳେ ଏହାର ରଙ୍ଗ ଧଳା। ସାପଟିର ସଠିକ ନାଁ ଜଣାପଡିନଥିବା ବେଳେ ଏହା ଅଷ୍ଟ୍ରେଲିଆନ୍ ହ୍ୱାଇଟ୍ ସ୍ନେକ୍ ବୋଲି କୁହାଯାଉଛି ।
ରବିବାର ଗାଁର ଯୋଗେଶ ଦାସଙ୍କ ବାଡ଼ିରେ ସାପଟି ଦେଖିବାକୁ ମିଳିଥିଲା ଯୋଗେଶ କୌଶଳ କ୍ରମେ ଏହି ସାପଟିକୁ କାବୁ କରିଥିଲେ। ସାପଟିର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲ। ପରେ ଯୋଗେଶ ଏହି ସାପଟିକୁ ଜଙ୍ଗଲରେ ଛାଡି ଦେଇଥିବା କହିଛନ୍ତି।