ବାତ୍ୟା ପାଇଁ ଶ୍ରୀମନ୍ଦିରରେ ଲାଗିଲା ଧବଳ ବାନା

କାହିଁକି ଲାଗେ ଧଳା ବାନା?

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ରରେ ଆଜି ଲାଗିଛି ଧବଳ ବର୍ଣ୍ଣ ବାନା। ଲୋକକଥା ଅଛି ବାନା ଉଡିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ବି ଧଳା ରଙ୍ଗର ବାନା ଲାଗେ ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏମିତି ନୁହେଁ ଯେ, ବର୍ଷା ଆଗମନର ସୂଚନା ପାଇ ଶ୍ରୀମନ୍ଦିର ପ୍ରଶାସନ ବା ଚୂନରା ସେବକ ଏହି ଧଳା ବାନା ଲଗାନ୍ତି। ଲଟେରୀ ମାଧ୍ୟମରେ ଯେଉଁ ବାନା ସ୍ଥିରିକୃତ ହୋଇଥାଏ ସେହି ବାନା ହିଁ ଲଗାଯାଇଥାଏ। ସଂଯୋଗର ବିଷୟରେ ଯେ, ଆଜି ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି।

ସେପଟେ, ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ଏବଂ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

You might also like