ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ; ଲୋକେ ଭୟଭୀତ

ବାଲୁଗାଁ: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ। ଗତକାଲି ଅପରାହ୍ଣରେ ଚିଲିକା ଭିତରେ କିଛି ସମୟ ପାଇଁ ଏହି ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିବା ଜଣାପଡ଼ିଛି।

କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। ତେବେ କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ହାତୀଆଶୁଣ୍ଢ ବୋଲି କହୁଛନ୍ତି।

ଅନ୍ୟପକ୍ଷରେ ଏହି ଘୂର୍ଣ୍ଣିବାୟୁ ପ୍ରଭାବରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ସୂଚନା ମିଳିଛି। ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି କିଛି ଲୋକ ଭୟଭୀତ ହୋଇପଡିଥିଲେ।

You might also like