୨୦୨୦ରେ ରାଜ୍ୟରେ କେଉଁ ନେତା ଥିଲେ ଚର୍ଚ୍ଚାରେ?
୨୦ର ଚର୍ଚ୍ଚିତ ନେତା
ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟ ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣା ବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ…
ନବୀନ ପଟ୍ଟନାୟକ
୨୦୨୦ ମସିହାରେ ବି ଅନେକ ସମୟରେ ନବୀନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା କରାଯାଏ। ସାରା ବିଶ୍ୱ ଯେଉଁ ସମୟରେ କରୋନା ମହାମାରୀରେ ଘାଣ୍ଟି ହେଉଥିଲା ଠିକ ସେହି ସମୟରେ ନବୀନ କରୋନାକୁ ସଠିକ ପରିଚାଳନା କରିବାରେ ସମର୍ଥ ହୋଇଥିଲେ ନବୀନ।
କେବଳ ଏତିକି ନୁହେଁ ବରଂ ନବୀନଙ୍କ ଗୋଟିଏ ଗୋଟିଏ ନିଷ୍ପତ୍ତି ବେଶ ଚର୍ଚ୍ଚାରେ ରହିଥିଲା। ବିଶେଷ କରି କରୋନା ସମୟରେ ଯେପରି ଭାବରେ ବନ୍ୟା ଓ ବାତ୍ୟା ଆସିଲା ତାହାକୁ ଯେପରି ସୂଚାରୁରୂପେ ରାଜ୍ୟ ସରକାର ପରିଚାଳନା କଲେ ତାହାକୁ ନେଇ ଜାତୀୟ ସ୍ତରରେ ବେଶ ପ୍ରଶଂସା ସାଉଣ୍ଟିଥିଲେ ନବୀନ।
ବୁଲେଟ୍ ପଏଣ୍ଟରେ ପଢନ୍ତୁ କାହିଁକି ଚର୍ଚ୍ଚାରେ ଥିଲେ ନବୀନ?
- ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍କୁ କୋଭିଡ୍ ଜୋନ୍ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଥିଲେ
- ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟସ୍ତରରେ ନୀତି ନିର୍ଦ୍ଧାରଣ ଓ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯିବା ସପକ୍ଷରେ ମତ ଦେଇଥିଲେ ନବୀନ।
- ଦେଶର ଅର୍ଥନୀତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଲାଗି ଜାତୀୟ ସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ବା SOP ପ୍ରସ୍ତୁତ ପାଇଁ ମୋଦିଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ
- କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡିକ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବାରେ ଏସଓପି ସହାୟତା କରିବ ବୋଲି ସେ ମତ ଦେଇଛନ୍ତି।
- କୋଭିଡ୍ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ସିଧାସଳଖ ସଂପୃକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଲାଗି ପ୍ରଚଳିତ ସ୍କିମରେ ସଂଶୋଧନ ଲାଗି ପ୍ରସ୍ତାବ ମଧ୍ୟ ରଖିଛନ୍ତି ନବୀନ।
- ସେହିପରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ସରକାର ଟ୍ରେନ୍ ଚଳାଚଳ ଲାଗି ଯେଭଳି ରାଜ୍ୟମାନଙ୍କ ପରାମର୍ଶ ନେଇଥିଲେ, ଯାତ୍ରୀବାଦୀ ଟ୍ରେନ୍ ସେବା କ୍ଷେତ୍ରରେ ତାହା କରାଯିବା ଉପରେ ନବୀନ ଗୁରୁତ୍ୱ ଦେଇଥିଲେ।
- ତ୍ୟାଗ, ସଂଯମ ଓ ଶୃଙ୍ଖଳା ଆଦିକୁ ମନ୍ତ୍ର ଭାବେ ଦେଇଥିଲେ ନବୀନ।
- ବିନା କୌଣସି ଭକ୍ତରେ କିପରି ଭାବରେ ରଥାଯାତ୍ରା ଶୃଙ୍ଖଳିତ ହୋଇପାରିବ ସେନେଇ ଅନେକ ନିଷ୍ପତ୍ତି ନେଇଥିଲେ।
- ତେବେ ଉଚ୍ଚସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି ରଥଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରିବାରେ ସମର୍ଥ ହୋଇଥିଲେ। ଅତି ଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚାଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ଶୃଙ୍ଖଳିତ ହୋଇଥିଲା।
- କେବଳ ଏତିକି ନୁହେଁ ବରଂ ମାସ୍କ ଓ କୋଭିଡ କିଟ୍ ଦୁର୍ନୀତି ପ୍ରସଙ୍ଗରେ ନବୀନ ସରକାରକୁ ହରଣଘଣାରେ ପକାଇଥିଲେ ବିରୋଧୀ।
- ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ।
- ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛି ରାଜ୍ୟ କଂଗ୍ରେସ।
- ସାମ୍ବାଦିକ ସମ୍ମିଳନୀ କରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି- ଚଷମା, ଜୋତା, ଗ୍ଲୋଭ୍ସ, ହେଲ୍ମେଟ୍ ଓ ଜ୍ୟାକେଟ୍ କିଣାରେ ମହାଦୁର୍ନୀତି ହୋଇଛି।
- ଭୁବନେଶ୍ୱର ବମିଖାଲରେ ଥିବା ‘ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନ’୧୨ ଟଙ୍କାର ଚଷମାକୁ ୬୦ ଟଙ୍କାରେ, ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କାରେ, ୧୦ ଟଙ୍କାର ଗ୍ଲୋଭ୍ସକୁ ୯୦ ଟଙ୍କାରେ ଏବଂ ୪୫ ଟଙ୍କାର ହେଲ୍ମେଟ୍କୁ ୧୧୦ ଟଙ୍କାରେ କିଣାଯାଇଛି।
ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ। ଲୋକଙ୍କ ସହ ମିଶିକି କାମ କରିବାରେ ସେ ବେଶ ମାହିର। ତେବେ କରୋନା ନିୟମ ଉଲଙ୍ଘନ ମାମଲାରେ ବିଏମସି ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ କରିଦେଇଥିଲା। ଏହାପରେ ରାସ୍ତା ଉପରେ ବସି ଜନଶୁଣାଣି କରିଥିଲେ ସାସଂଦ ଅପରାଜିତା ଷଡଙ୍ଗୀ।
- କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ ବି କରିଛି।
- BMCର ଏକ ଟିମ୍ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍କୁ ସିଲ୍ କରିଥିଲେ।
- ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।
- ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ମାନି ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା
- କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍ୟ
- ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ୍ ପାଇଁ ଦାବି କରିଥିଲେ
- ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍ ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି କହିଥିଲେ ଅପରାଜିତା
- ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ ବି କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
- ସାମ୍ବାଦିକ ସମ୍ମିଳନୀ କରି ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଥିଲେ ଅପରାଜିତା
- ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି ସମ୍ପର୍କରେ ବି କହିଥିଲେ । ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ଦୈନିକ ୧୩/୧୪ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି ବୋଲି କହିଥିଲେ ଅପରାଜିତା।
ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା
ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି କହିଥିଲେ ଅପରାଜିତା
୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଯେଉଁମାନେ ପାର୍ଟି ଅଫିସ୍ରେ ଥିଲେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତି ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହି ସବୁ ଘଟଣାରେ ବେଶ ଚର୍ଚ୍ଚାରେ ଥିଲେ ଅପରାଜିତା।
ପ୍ରଦୀପ ପାଣିଗ୍ରାହୀ
ପାଠକ ବାପ, ପୁଅକୁ ନେଇ ଗତ ୨ ମାସ ହେଲାଣି ଚର୍ଚ୍ଚାରେ ଥିଲେ ପ୍ରଦୀପ ପାଣିଗ୍ରାହୀ।
- ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିଛି ଇଡି
- କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ବି ମାଗିଛି
- ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ ବି କରିଛି
- ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ବି ଦିଆଯାଇଥିଲା।
ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଠେଇ ତଦନ୍ତ କେଉଁଯାଏ ଗଲା ? କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ ବି କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ?
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରୁ କିଛି ଲୋକ ଉଠାଇ ନେଇଥିବା ପତ୍ନୀ ସୁଜାତା ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏହା ପରେ ଅବଶ୍ୟ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା ସ୍ପଷ୍ଟ କଲା।
ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପ୍ରଦୀପଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା।
ଅରୁଣ ସାହୁ
- ପରୀ ହତ୍ୟା ଘଟଣାକୁ ନେଇ ବିବାଦ ଘେରକୁ ଟାଣିହୋଇଛନ୍ତି ଅରୁଣ
- ପରୀ ଘଟଣାରେ ମନ୍ତ୍ରୀଙ୍କ ହାତ ଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ
- ନାବାଳିକା ଦୁଷ୍କର୍ମ ଓ ହତ୍ୟାକୁ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏକ ଭାଇରାଲ୍ ଅଡିଓକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଛି।
ମନ୍ତ୍ରୀ ଅରୁଣ ସାହୁ ଏବଂ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତା ବୋଲି କୁହାଯାଉଛି।
ସରପଞ୍ଚଙ୍କୁ ମନ୍ତ୍ରୀ କହୁଛନ୍ତି- ଏ ଯେଉଁ କଥା ଗୁଡ଼ିକ କରାଉଛୁ ଭଲ କରାଉଛୁ ତ ? ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍ ଅଛି। ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ। ମୁଁ ଏତେ ଖରାପ ନୁହେଁ ଯେ ମୁଁ କାହା କଥାରେ ଡାଇଭର୍ଟ ହେବି।’
ଏହି ଭାଇରାଲ୍ ଅଡିଓର ସତ୍ୟତା ଯାଞ୍ଚ କରିବା ଆମ ପକ୍ଷେ ସମ୍ଭବ ନୁହେଁ।
ନୟାଗଡ଼ର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ଓ ନାରାବାଜି କରିଥିଲେ। ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ମହିଳା ମୋର୍ଚ୍ଚା।
ସୁର ରାଉତରାୟ
କଂଗ୍ରେସ ନେତା ସୁରଙ୍କୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୁଏ। ତେବେ ଜାଣନ୍ତୁ କେଉଁ କାରଣ ଲାଗି ଚର୍ଚ୍ଚାରେ ଥିଲେ ସୁର…
- କଂଗ୍ରେସର ପରାଜୟ ନେଇ ବରିଷ୍ଠ ନେତା ସୁର ରାଉତରାୟ କହିଲେ-କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ କଂଗ୍ରେସ ଉଭୟ ସିଟ୍ରେ ହାରିଲା
- ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମୂହ ଆତ୍ମାହୁତି ଧମକ
- ଏମାର ମଠ ରୁପା ଇଟା କୁଆଡ଼େ ଗଲା, ତାକୁ ଖାଇଦେଲେ: ସୁର ରାଉତରାୟ
*‘ମୋ ସରକାର’ ଗୋଟେ ‘ଅଲାଜୁକ ସରକାର’: ସୁର ରାଉତରାୟ
*ଅନ୍ୟ ରାଜ୍ୟରେ ଫାଇନ କମିଛି, ଓଡ଼ିଶାରେ ବି କମାଇବାକୁ ଦାବି କଲେ ସୁର ରାଉତରାୟ
*ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ବର୍ଷିଲେ କଂଗ୍ରେସ ନେତା ସୁର ରାଉତରାୟ, କହିଲେ- ଜାତୀୟ ବ୍ୟାଙ୍କରେ ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ରଖିଲ
*ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ପ୍ରସଙ୍ଗରେ କଂଗ୍ରେସ ନେତା ସୁର ରାଉତରାୟ କହିଲେ- ମୁଖ୍ୟମନ୍ତ୍ରୀ କ’ଣ ଆଗରୁ ଚିଟିଂ ବିଷୟରେ ଜାଣି ନଥିଲେ ?
ଏହି ପରି ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଥିଲେ ସୁର ରାଉତ।
ତେବେ କେବଳ ଏମାନେ ନୁହେଁ ବରଂ ରାଜ୍ୟର ଟାଣୁଆ ନେତା ପ୍ରଦୀପ ମହାରଥୀ, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଦୀପ୍ତ ନାୟକ, ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ, ସମୀର ରଞ୍ଜନ ଦାସଙ୍କ ସମେତ ଅନେକ ନେତା ବେଶ ଚର୍ଚ୍ଚାରେ ଥିଲେ।