କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଓଡ଼ିଶାର ଏଇ ଜିଲ୍ଲା?

ଭୁବନେଶ୍ୱର: ୫ ଦିନ ହେବ ୨ଶହ ଉପରେ ଟ୍ରେଣ୍ଡ ରାଜ୍ୟରେ ବଢି ଚାଲିଥିବା କରୋନାର ଦୈନିକ ସଂକ୍ରମଣ ହାର ଚିନ୍ତା ବଢାଇଛି। ଆଜି ଚିହ୍ନଟ ୨୦୮ ଜଣଙ୍କ ମଧ୍ୟରୁ ୩୬ ଜଣ କେବଳ ନୂଆପଡ଼ା ଜିଲ୍ଲାର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା ଧୀରେ ଧୀରେ ହଟ୍‌ସ୍ପଟ୍ ପାଲଟିବାରେ ଲାଗିଛି। ସିନାପାଲି ପରେ କୋମନା ବ୍ଲକରେ ସଂକ୍ରମଣ ବ୍ୟାପୁଛି। ଫଳରେ ଦୁଇଟି ଗାଁରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ସ୍ଥାନୀୟ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏଣେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ବିଭିନ୍ନ ରୂପରେ ଆସୁଥିବା ଏବଂ ଅଧିକ ସଂକ୍ରାମକ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମାର୍ଚ୍ଚ ୨୫- ୨୧୪
ମାର୍ଚ୍ଚ ୨୬- ୨୩୪
ମାର୍ଚ୍ଚ ୨୭- ୨୧୦
ମାର୍ଚ୍ଚ ୨୮ – ୨୯୦
ମାର୍ଚ୍ଚ ୨୯ -୨୦୮

ଏଣେ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଆଜି ଭବାନୀପାଟଣାରେ ଏକ ଘରୋଇ କଲେଜରେ ୩୨ କରୋନା ପଜିଟିଭ ହୋଇଥିବା କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି। ତେବେ ଏମାନଙ୍କର କେବଳ ଆଣ୍ଟିଜେନ୍ ଟେଷ୍ଟ ହୋଇଛି। ରାଉରକେଲା #NIT ରେ ଆଉ ୭ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଅଛନ୍ତି। ପୂର୍ବରୁ ୭ ଚିହ୍ନଟ ହୋଇଥିଲେ; ସଂକ୍ରମିତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ଏନେଇ ରାଉରକେଲା ଏଡିଏମ୍ ଅବଲି ସୁନିଲ ନରୱାଣେ ସୂଚନା ଦେଇଛନ୍ତି। ସେମାନେ NIT ପରିସରରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ସରକାରୀ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ତେଣେ ଦେଶରେ ଭୟଙ୍କର ଭାବେ ମାଡିଚାଲିଛି ମହାମାରୀ। ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୨୯୧ ଜୀବନ ଯାଇଛି। ମହାରାଷ୍ଟ୍ରରେ ସ୍ଥିତି ଅତି ସଂଗୀନ ରହିଛି ଏଠାରେ ଦିନକରେ ୪୦ ହଜାର ୪୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥିତି ଉଦ୍‌ବେଗଜନକ ହେଉଥିବାରୁ ଲକ୍‌ଡାଉନ୍ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ।

You might also like