ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ୨ ପୋଲିସ ଅଧିକାରୀ ଏବେ କେଉଁଠି ?

ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।୨ ପୋଲିସ ଅଧିକାରୀ ଏବେ କେଉଁଠି ? ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ? ବର୍ତ୍ତମାନ ସମୟରେ କେଉଁଠାରେ ପୋଲିସ କର୍ମୀ। ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି? ଏନେଇ କ୍ରାଇମବ୍ରାଞ୍ଚ କାହିଁକି ସ୍ପଷ୍ଟ କରୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ଖୋଦ ଭୁବନେଶ୍ୱର ଡିସିପି କହିଥିଲେ। ଅଭିଯୋଗକାରୀଙ୍କ ବୟାନ ରେକର୍ଡ ବେଳେ ସେ ଜଣେ ପୋଲିସ କର୍ମଚାରୀ ଓ ୨ ଜଣ ସହଯୋଗୀଙ୍କ ନାଁ ବି କହିଥିଲେ।

  • କୁଆଡ଼େ ଗଲେ ୩ ପୋଲିସ କର୍ମଚାରୀ ?
  • ପୀଡ଼ିତାଙ୍କ ମାଆଙ୍କ ବୟାନ ଅନୁସାରେ ଘଟଣାରେ ସମ୍ପୃକ୍ତ ଅଛନ୍ତି ୩ ପୋଲିସ କର୍ମଚାରୀ
  • ପୋଲିସ କର୍ମଚାରୀ ସୁବାସ ମିଶ୍ରଙ୍କ ନାଁ ନେଇଥିଲେ ପୀଡ଼ିତାଙ୍କ ମାଆ
  • କିଏ ଏହି ସୁବାସ ମିଶ୍ର ଓ ତାଙ୍କ ଦୁଇ ସହଯୋଗୀ ପୋଲିସ କର୍ମଚାରୀ ?
  • ଏହି ୩ ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ?
  • ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି ?
  • ଏନେଇ କ୍ରାଇମବ୍ରାଞ୍ଚ କାହିଁକି ସ୍ପଷ୍ଟ କରୁନାହିଁ ?
You might also like