ବଢୁଛି କୁନି କୁନି ପିଲାଙ୍କ ବିରୋଧରେ ଅପରାଧ ; କିଏ ଦେବ ଶିଶୁଙ୍କୁ ସୁରକ୍ଷା , ତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର  : କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହଁନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍‌ଡ ସେଫ୍‌ ଏନ୍‌ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ ଆଜି ଯାଏଁ ରାଜ୍ୟର ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଯାହାକି ପିଲାଙ୍କ ସୁରକ୍ଷା ନେଇ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ।

ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା, ଲୋକଲୋଚନକୁ ଆଣିବା, ଏ ବାବଦକୁ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାର ଅନୁଧ୍ୟାନ ଓ ପରବର୍ତ୍ତୀ ସମୟରେ କି ପଦକ୍ଷେପ ନିଆଯାଇପାରିବ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଖାସ୍ କରି ପିଲା ଯେଉଁ ସମୟରେ ସ୍କୁଲ ଓ ହଷ୍ଟେଲ କିମ୍ବା ଟ୍ୟୁସନରେ ରହୁଛି, ସେତେବେଳେ ତା’ର ସୁରକ୍ଷା ସୁନିଶ୍ଚିତ କରିବା ନେଇ ସଂସ୍ଥାର ଦାୟିତ୍ୱ ହେବା ଦରକାର ବୋଲି ଗାଇଡ୍‌ଲାଇନରେ କୁହାଯାଇଥିଲା। ସେହିପରି ପିଲାଙ୍କୁ ନିର୍ଯାତନା ସଂପର୍କରେ ସଚେତନ କରିବାକୁ ଏଥିରେ ବ୍ୟବସ୍ଥା ମଧ୍ୟ ଥିଲା। ଗାଇଡ୍‌ଲାଇନ୍‌ର କାର୍ଯ୍ୟକାରିତା ଅନୁଧ୍ୟାନ ଲାଗି ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଏସ୍‌ସି/ଏସ୍‌ଟି ଓ କ୍ରୀଡ଼ା ଓ ଯୁବ ବ୍ୟାପର ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର କେହି ନିଜ ଦାୟିତ୍ୱ ତୁଲାଇ ନାହାନ୍ତି।

ବିଭିନ୍ନ ସମୟରେ କରାଯାଇଥିବା ସର୍ଭେ ଅନୁସାରେ ୪୧ ପ୍ରତିଶତ ବାଳିକା ଓ ୫୫ ପ୍ରତିଶତ ବାଳକ ଦୁଷ୍କର୍ମର ଶିକାର ହୁଅନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ୯୦ ପ୍ରତିଶତ ଏଭଳି ଅପରାଧ ପଛରେ ସ୍କୁଲ କର୍ମଚାରୀ କିମ୍ବା ପୀଡ଼ିତାର ଜଣାଶୁଣା ଲୋକଙ୍କ ସଂପୃକ୍ତି ରହିଥାଏ।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like