• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରାଜ୍ୟ ପ୍ରଶାସନରେ ରହିବ ସ୍ୱଚ୍ଛତା, ବ୍ୟବହାର ହେବ ଅତ୍ୟାଧୁନିକ ଜ୍ଞାନକୌଶଳ। ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ପଞ୍ଚମ ପାଳି ଆରମ୍ଭ କରିଥିଲା ବିଜେଡି ସରକାର। ଶାସନରେ ସ୍ୱଚ୍ଛତା ରଖିବା ଲାଗି ସରକାରଙ୍କ ନିଷ୍ପତ୍ତି ସଂପର୍କିତ ସବୁ ଚିଠି ଇ-ଡେସପ୍ୟାଚରେ ଅପଲୋଡ୍ କରିବାକୁ ସ୍ଥିର ହୋଇଥିଲା। ତେବେ ମାସ ମାସ ଧରି ଅଧିକାଂଶ ବିଭାଗ, ନିଷ୍ପତ୍ତି ସଂପର୍କିତ କୌଣସି ଚିଠି ଇ-ଡେସପ୍ୟାଚରେ ଦେଇନାହାନ୍ତି। ଏହା ବିଭାଗୀୟ ଅବହେଳା ନା ତଥ୍ୟ ଲୁଚାଇବାକୁ ସରକାର ଜାଣିଶୁଣି ଏଭଳି କରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।

ପଞ୍ଚମ ପାଳିରେ ରାଜ୍ୟ ସରକାରଙ୍କ ଫୋକସରେ ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି ରହିଛି। ମାତ୍ର ଲାଗୁଛି ସତେ ଯେମିତି ଏ ଦୁଇ ଶବ୍ଦ ଅଲୋଡ଼ା ହୋଇଗଲାଣି। ସରକାରଙ୍କ ଇ-ଡେସପାଚ୍ ବ୍ୟବସ୍ଥାର ସ୍ଥିତିକୁ ଦେଖିଲେ ଏମିତି କିଛି ବୁଝାପଡୁଛି। ସରକାରଙ୍କ ସମସ୍ତ ଚିଠି ଏହି ଇ-ପ୍ଲାଟଫର୍ମରେ ଅପଲୋଡ୍ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଶେଷ ଥର ପାଇଁ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ୨୦୨୦ ମେ ୨୭ରେ ଇ-ଡେସପାଚରେ ଚିଠି ଅପଲୋଡ୍ କରାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ବି ସବୁ ବିଭାଗର କାମ ଅନୁଧ୍ୟାନ କରୁଥିବା ପରେ ବି ପ୍ରାୟ ୫ ମାସ ହେଲାଣି କୌଣସି ଚିଠି ଏଠାରେ ଅପଲୋଡ୍ କରିନାହିଁ।

ସେପଟେ ସୂଚନା ଅଧିକାର କର୍ମୀ କହିଛନ୍ତି ଯେ, ସରକାର କେମିତି କାମ କରୁଛନ୍ତି ତାହା ଜାଣିବା ଲାଗି ଇ-ଡେସପ୍ୟାଚ୍ ସିଷ୍ଟ କରାଗଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଲା। ଲୋକଙ୍କ ଟଙ୍କାରେ ସରକାର ଚାଲିଛି ତେଣୁ ସମସ୍ତ ଜିନିଷ ଜାଣିବା ଲୋକଙ୍କର ପୂରା ଅଧିକାର ଅଛି। 

ସେହିପରି ସୂଚନା ଓ ପ୍ରଯୁକ୍ତି ହେଉ କି କ୍ରୀଡ଼ା ଓ ଯୁବ ବ୍ୟାପାର କିମ୍ବା ସଂସ୍କୃତି ଏସବୁ ବିଭାଗର କୌଣସି ଚିଠି ବି ଇ-ଡେସ୍ପ୍ୟାଚରେ ନାହିଁ। ଏଣେ ଅନୁସୂଚିତ ଜାତି ଓ ଜନଜାତି ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଖୋଲିଲେ କଣ ଲେଖା ଆସୁଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତଥ୍ୟ ଲୁଚାଇବା ପାଇଁ ସରକାରୀ ବିଭାଗଗୁଡିକ ଜାଣିଶୁଣି ଏଭଳି ବାଟ ବାଛିଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଲୋକସେବା ଭବନକୁ ସାମ୍ବାଦିକଙ୍କୁ ମନା କରିଦିଆଗଲା। ଏବେ କୌଣସି ବିଭାଗରେ ସୂଚନା ଅପଲୋଡ଼୍ କରାଯାଉନାହିଁ କି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଆଉ ଏପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଯେ, ଅପଡ଼େଟ୍ କରୁଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅଧିକାଂଶ ଶାସନ ସଚିବ ଟେକ୍ନୋଲୋଜି ସହ ଏତେଟା ଫିଟ୍ ନୁହନ୍ତି।

ସରକାରଙ୍କ ବିଭାଗୀୟ ଚିଠି ସବୁର ଡିିଜିଟାଲ ଠିକଣା ସାଜିଥିଲା ଇ-ଡେସ୍ପାଚ। କୌଣସି ବିଭାଗର ନିଷ୍ପତ୍ତି ହେଉ କିମ୍ବା କୌଣସି ଦୁଇ ସରକାରୀ ବିଭାଗ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ। ସବୁ ଚିଠିକୁ ଇ-ଡେସ୍ପାଚରେ ଅପଲୋଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଣେ ପଞ୍ଚମ ପାଳିରେ ଫାଇଭ୍-ଟି କଥା କହି ସରକାର ଟ୍ରାନ୍ସପାରେନ୍ସି ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ସରକାରଙ୍କ ବହୁ ବିଭାଗ ଏହାକୁ ଖାମଖିଆଲ ଭାବେ ନେଇଥିବା ଜଣାାପଡୁଛି। କରୋନା କଟକଣା ପାଇଁ ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଛି, ଏଣେ ଇ-ଡେସପ୍ୟାଚରେ କୌଣସି ତଥ୍ୟ ମିଳୁନାହିଁ। ଏଣୁ ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଲାଣି । ତେବେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ଇ-ଡେସପ୍ୟାଚରେ ଚିଠି ଅପଲୋଡ୍ ନକରିବା ସରକାରଙ୍କ ନିଷ୍ପତ୍ତି ନା ବିଭାଗୀୟ ଅବହେଳା? ଯଦି ଏହା ବିଭାଗୀୟ ଅବହେଳା ତେବେ ସରକାର ସଂପୃକ୍ତ ବିଭାଗ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି?

ଫୁଲବାଣୀରୁ ତ୍ରିନାଥ ସାହୁ, ଭୁବନେଶ୍ୱରରୁ କ୍ୟାମେରାପର୍ସନ ଦେବଯାନୀ ସାମନ୍ତରାୟଙ୍କ ସହ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ, 

Where-is-e-despatch-system
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories