କେଉଁଠି ଲୁଚିଛି ହାଇଦର? ସାମନାକୁ ଆସିଲା ବଡ଼ ତଥ୍ୟ

କଟକ: ସାମନାକୁ ଆସିଲା ହାଇଦର ଫେରାର ପଛର କାହାଣୀ। ଗତ ଶନିବାର ଏସ୍‌ସିବି ମେଡିକାଲ ସର୍ଜରୀ ଓ୍ୱାର୍ଡର କ୍ୟାବିନ ନମ୍ବର ୫ରୁ କେମିତି ଫେରାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର? ସେଦିନ କଟକ ବଡ ମେିକାଲରେ ହାଇଦର କ୍ୟାବିନରେ ପହରା ଦେଉଥିବା ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲାରେ ବିସ୍ତୃତ ଭାବେ ସେଦିନର ଘଟଣାର ବିଷୟରେ ଉଲ୍ଲେଖ କରିଛନ୍ତି। ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା ସେ ସ୍ପଷ୍ଟ କରିଛନ୍ତି।

ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା ସେ ସ୍ପଷ୍ଟ କରିଛନ୍ତି। କନଷ୍ଟେବଲ ମୌସିମ ଏତଲାରେ ଉଲ୍ଲେଖ କରିଛନ୍ତି ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୋଲିସ ଫୋର୍ସ ଏସକର୍ଟ କରି ଆଣି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ତାର ଶଳା, ଜ୍ୱାଇଁ ଆସି କ୍ୟାବିନ୍‌ରେ ଦେଖା କରିବା ସହ କଥା ହେଉଥିଲେ।

ତେବେ ଶନିବାର ଦିନ ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ମୌସିମ ପହରା  ଡ୍ୟୁଟି କରୁଥିବାବେଳେ ଏହି ଲୋକମାନେ ସମସ୍ତେ ହାଇଦର ପାଖକୁ ଆସିବା ସହ ମୋ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇ ଅଚେତ କରି ଦେଇଥିବା ମୌସିମ ଅଭିଯୋଗ କରିଛନ୍ତି। ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ସେ ଏତଲାରେ ଉଲ୍ଲେଖ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

ସେପଟେ ଜେଲ୍ ବିଭାଗ ଡିଆଇଜି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି-ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏଣେ ହାଇଦରର ପତ୍ନୀ ହସିନା ବିବି କହିଛନ୍ତି, ହାଇଦର ଫେରାର୍ ଘଟଣାରେ ତାଙ୍କ ପରିବାର କି ସମ୍ପର୍କୀୟଙ୍କ ହାତ ନାହିଁ ଯାହା ଅଭିଯୋଗ ହେଉଛି ସବୁ ମିଛ।

ସେପଟେ କଟକ ଚାଉଳିଆଗଞ୍ଜ ପୋଲିସ ନିକଟରେ ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ସଲ୍ଲୁ ଆତ୍ମସମର୍ପଣ କରିଛି। ସଲ୍ଲୁ, ହାଇଦରର ବହୁ ପୁରୁଣା ସହଯୋଗୀ। ସେ ଏସସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୋଲିସକୁ ସହଯୋଗ କରିବ ବୋଲି କହିଛି। ଗତ ଶନିବାର ସାରେ ଏସିସିବିରେ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ଓଡିଶା ପୋଲିସର ଅପରେସନ ହାଇଦର ଜାରି ରହିଛି।

You might also like