ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ଶାସକ ଦଳ ନେତାନେତ୍ରୀଙ୍କ କଥାରେ ତାଳମେଳ ଖାଉନି . .

ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ? କ’ଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗରେ ପାରାଦୀପ  ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବେସର୍ବା, ଗୃହର ସର୍ବମାନ୍ୟ ନେତା । ବିଧାନସଭା କିପରି ଚାଲିବ ସେ ନେଇ ସମସ୍ତ ଆଲୋଚନା ହେଲା ।  ଆମେ ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇଥିଲୁ । ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତି ଜଣାଇଛୁ। ଏବଂ ବିହିତ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ଉଭୟ ପକ୍ଷରୁ ଆପତ୍ତି ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।

ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ଭିନ୍ନ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା, ତେଣୁ ଆମେ ଯାଇଥିଲୁ। ତାଙ୍କର ଏପରି ବୟାନରୁ ଜଣାପଡ଼ୁଛି, ବିଧାନସଭା ଚଳାଇବା ନେଇ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନାହାନ୍ତି।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର, ବିଧାନସଭା ଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର। ବିଧାନସଭାକୁ  ଚଲାଇ ନାପାରିଲେ, ଆମେ ସମସ୍ତେ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର, ଏଥିପାଇଁ ଆମକୁ କ’ଣ କରିବାକୁ ପଡ଼ିବ। ଯଦି ଆମେ ନିଜେ ନିଜକୁ ପ୍ରଶ୍ନ ପଚାରି ପାରିବା ନାହିଁ ଓ ଏହାର ଉତ୍ତର ଖୋଜି ବାହାର କରିପାରିବା ନାହିଁ, ତା’ହେଲେ ଆମେ କେହି ବିଧାନସଭାରେ ରହିବା ପାଇଁ ଯୋଗ୍ୟ ନୁହେଁ।’

ସେହପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ଗୃହର ନେତା ମୁଖ୍ୟମନ୍ତ୍ରୀ, ସେ କ’ଣ କରୁଛନ୍ତି । କେଉଁଠି ଅଛନ୍ତି ? ଧାନ କିଣା ନେହେଲେ ଗାଁ ଗହଳିକୁ ବ୍ୟାପିବ ଆନ୍ଦୋଳନ । ପ୍ରତିଦିନ କୋଟି କୋଟି ଟଙ୍କା ନଷ୍ଟ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀ ତୁରନ୍ତ ବିରୋଧୀ ଦଳ ନେତାମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି ଜଣାଇଛନ୍ତି।

You might also like