କେବେ ହେବ କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା? ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଜୁନ୍ ୧୭ରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା। ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ପଢ଼ା ଉପରେ ଧ୍ୟାନ ଦିଅନ୍ତୁ।

ଜୁନ୍ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ପରୀକ୍ଷା ହୋଇପାରେ। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ପରୀକ୍ଷା ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସବୁ କୁଳପତିଙ୍କ ସହ ଆଲୋଚନା ହେବ।

କରୋନା ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ସାତ ଜଣିଆ କମିଟି ଗଠନ କରିଛି। ଏହି କମିଟି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

You might also like