• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। ଯେଉଁଥିରେ ରହିଛି ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିଲେ।

ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩ଶହ ଲୋକ ମାସ୍କ ପିନ୍ଧିନଥିଲେ। ଏହି ଅବସରରେ ସେ କହିଥିଲେ, ଦୈନିକ ୧୩/୧୪ ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି। ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି ଅପରାଜିତା କହିଛନ୍ତି।

୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଯେଉଁମାନେ ପାର୍ଟି ଅଫିସ୍‌ରେ ଥିଲେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତି ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ସମସ୍ତ ୧୭ ଫଟୋ, ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ସେମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଜାଣିବାକୁ ଚିଠି ଲେଖିବି। ୧୫ ଦିନ ଭିତରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି। ଅଫିସ୍ ସିଲ୍ ଥିବା ଯାଏଁ ରାଜରାସ୍ତାରେ ବସି କାର୍ଯ୍ୟାଳୟ ଚାଲୁ ରହିବ। ଅଫିସ୍ ସିଲ୍ କରନ୍ତୁ, ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି ଅପରାଜିତା କହିଛନ୍ତି।

ସମସ୍ତଙ୍କ ପାଇଁ ଆଇନ ସମାନ ହେବା କଥା, ହଇରାଣ କରନ୍ତୁନି। ଜନ୍ମଦିନରେ ଜଣେ ମହିଳାଙ୍କ ଅନୁରୋଧରେ ୨ ମିନିଟ ପାଇଁ ମାସ୍କ ଖସାଇଥିଲି। ପ୍ରଧାନମନ୍ତ୍ରୀ ମୋର ଆଦର୍ଶ, କୋଭିଡ଼ ଆଇନ ଭଙ୍ଗ ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ଅପରାଜିତାଙ୍କ ଅଫିସ୍ ସିଲ୍ ନେଇ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ ଧନ ଜୀବନ ସୁରକ୍ଷା ପାଇଁ ଅତୀତରେ ଅନେକ କୋଠା ସିଲ୍ ହୋଇଛି। କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନ ନେଇଥାଏ, ବିଜେଡିର କିଛି କହିବାର ନାହିଁ।

ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ହେଲେ ଆଗକୁ ଅନେକ କୋଠା, ହୋଟେଲ୍ ସିଲ୍ ହେବ। ହେଲେ କରୋନା ବିଜେଡି, ବିଜେପି କିମ୍ବା କଂଗ୍ରେସ ଆଦି ରାଜନୈତିକ ଦଳ ଦେଖି ଆସେ ନାହିଁ ବୋଲି ସେ କହିଛନ୍ତି। କରୋନା ଗାଇଡଲାଇନ ମାନି ସମସ୍ତେ ସୁରକ୍ଷିତ ରହିବା ନେଇ କହିଛନ୍ତି ସୁଲତା।

When-will-bjd-office-get-sealed-questions-bjps-bhubaneswar-mp-aparajita-sarangi
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories