‘ସମସ୍ତ ନାଗରିକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି’

ଓଟିଭି ଫୋର୍‌ସାଇଟ୍‌ରେ ଯୋଗ ଦେଇ ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ଆଲୋକପାତ କଲେ ଜଷ୍ଟିସ୍‌ ଦୀପକ ମିଶ୍ର

ଭୁବନେଶ୍ୱର: ସାମାଜିକ ନ୍ୟାୟ କେବଳ ଏକକରେ ସୀମିତ ନୁହେଁ। ଏହା ରାଜନୈତିକ ଏବଂ ଅର୍ଥନୈତିକ ଭାବେ ପରସ୍ପର ସହ ଜଡ଼ିତ। ଓଟିଭି ଫୋର୍‌ସାଇଟ୍‌ରେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ମତପ୍ରକାଶ କରିଛନ୍ତି।

ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ଜଷ୍ଟିସ ଦୀପକ ମିଶ୍ର ଆଲୋକପାତ କରିଥିଲେ। ସାମାଜିକ ନ୍ୟାୟ ସହ ରାଜନୈତିକ ଏବଂ ଅର୍ଥନୈତିକ ନ୍ୟାୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମତସାବ୍ୟସ୍ତ କରି ନିଜର ପ୍ରତିନିଧି ନିଜେ ବାଛିବା ଉପରେ  ମଧ୍ୟ ସେ ମତ ଦେଇଥିଲେ।

ଏହାସହ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ ସହ , ସମାଜରେ ସମସ୍ତ ନାଗରିକଙ୍କର ସମ୍ମାନ ଓ ଗର୍ବର ସହ ବଞ୍ଚିବାର ଅଧିକାରକୁ ମଧ୍ୟ ସାମାଜିକ ନ୍ୟାୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। କନ୍ୟା ହାର ହ୍ରାସ ଓ ବାକ୍ ସ୍ୱାଧୀନତା ପ୍ରସଙ୍ଗ ଉପରେ ମଧ୍ୟ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମତ ରଖିଥିଲେ।

ଆହୁରି ପଢ଼ନ୍ତୁ

You might also like