• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଏଣିକି କରୋନା ହଟ୍‌ସ୍ପଟ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ରହିବେ ସରକାରୀ କ୍ୱାରେଣ୍ଟିନ୍‌ରେ। ରାଜ୍ୟ ରାଜଧାନୀରେ କରୋନା ପୁଣି ମାଡ଼ିବା ପରେ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି। ଏ ନେଇ କଠୋର ପଦକ୍ଷେପ ନେବାକୁ ଯାଉଛି ବିଏମ୍‌ସି।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। କରୋନା ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଭୁବନେଶ୍ୱର ଆସିଲେ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ। ପୂର୍ବରୁ କେବଳ ଦେଶ ଅବା ରାଜ୍ୟ ବାହାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବାର ପ୍ରାବଧାନ ଥିଲା।

ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି। ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୨ଜଣ ସକ୍ରିୟ ଅଛନ୍ତି। ବାକି ୧୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ୧୩୨ଟି ପଜେଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି।

ଭୁବନେଶ୍ୱରରେ ସିଲ୍ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ଗତକାଲି ଭୁବନେଶ୍ୱରର ୧୦ଟି ଘରୋଇ ହସ୍ପିଟାଲ ଉପରେ ରେଡ୍ କରାଯାଇଥିଲା । ସେମାନେ କୋଭିଡ୍ ଗାଇଡଲାଇନ ମାନୁନନଥିବାରୁ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି ଓ ୨୪ଘଣ୍ଟା ମଧ୍ୟରେ ସେସବୁ ବ୍ୟବସ୍ଥା ସୁଧାରିବାକୁ କୁହାଯାଇଛି। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜି ମଧ୍ୟ ବାକି ଘରୋଇ ହସ୍ପିଟାଲରେ ଚଢ଼ଉ ଜାରି ରହିଛି। ବିମାନ ବନ୍ଦରରେ ବିଏମସିର ୪ଟି ଟିମ୍ ରହିଛନ୍ତି ସେମାନେ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରିବା ସହ ସେମାନଙ୍କ ଦେହରେ କ୍ୱାରେଣ୍ଟାଇନ ଷ୍ଟାମ୍ପ ଲଗାଉଛନ୍ତି। ଡୁମୁଡୁମାର ସୁବାସନଗର ବସ୍ତିରେ ଆଉ ପଜିଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏଠାରୁ ୬ଜଣ ପଜେଟିଭ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ହୋଇଛି।

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୬୧ଜଣଙ୍କ ନମୂନା ସଂଗ୍ରହ ହୋଇଥିଲା ଓ ସେମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଛି। ସାଲିଆସାହିରେ ମଧ୍ୟ ୫ଶହ ନମୂନା ସଂଗ୍ରହ କରାଯାଇ ତା’ର ଟେଷ୍ଟ ହୋଇଥିଲା ଓ ସମସ୍ତ ନେଗେଟିଭ୍ ଅଛି ବୋଲି ସେ କହିଛନ୍ତି।

ସେହିପରି ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ କୋଭିଡ୍ ପରିଚାଳନା ନିମନ୍ତେ ଭୁବନେଶ୍ୱରର ସବୁ ୱାର୍ଡରେ ସଚେତକ କମିଟି ଗଠନ ହୋଇଛି। ପ୍ରତି ୫ଟି ୱାର୍ଡର ବ୍ୟବସ୍ଥା ତଦାରଖ ପାଇଁ ଜଣେ ଲେଖାଏଁ ପୌର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଘରକୁ ଘର ବୁଲି ବୟସ୍କ, ଗର୍ଭବତୀଙ୍କୁ ଠାବ କରାଯାଉଛି। ସେମାନଙ୍କ ଯତ୍ନ ମଧ୍ୟ ନିଆଯାଉଛି।

ସରକାରଙ୍କ ‘ସଚେତକ’ ଆପକୁ ଡାଉନଲୋଡ୍ କରିବାକୁ କୁହାଯାଇଛି। ୱାର୍ଡ କମିଟିରେ ମୋଟ ୨୦୮୫ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ସବୁବର୍ଗର ଲୋକଙ୍କୁ ସାମିଲ କରାଯାଇଛି। ପଜେଟିଭ୍ କେସ ଆସିଲେ ୨୪ଘଣ୍ଟା ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂ ହେଉଛି।

ଶୁକ୍ରବାର ମଧ୍ୟାହ୍ନରେ ମାର୍କେଟରେ ଭିଡ଼ ବଢ଼ିଯାଉଛି। ଲୋକେ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୂରତା ମାନୁନାହାନ୍ତି। ସଚେତନ, ସତର୍କ ରହିଲେ ବି କରୋନାର ମୁକାବିଲା ସମ୍ଭବପର ହୋଇପାରିବ। ମାସ୍କୁକୁ ଭଲ ଭାବେ ପିନ୍ଧିବା ସହ ନିୟମିତ ହାତ ଧୋଇବା, ବାହାରକୁ ଗଲେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି।

When-anyone-will-come-to-bhubaneswar-from-the-hotspot-area-they-must-be-stay-in-quarntine-centre
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories