ଘରୋଇ ହିଂସା ଅଭିଯୋଗ ପାଇଁ ହ୍ୱାଟ୍‌ସଆପ୍ ନମ୍ବର ଜାରି

ଭୁବନେଶ୍ୱର: ଘରୋଇ ହିଂସା ସମ୍ପର୍କିତ ମାମଲାର ଅଭିଯୋଗ ପାଇଁ ହ୍ୱାଟସ୍ଆପ୍ ନମ୍ବର ଜାରି କଲା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ହ୍ୱାଟସଆପ୍ ନମ୍ବରଟି ହେଉଛି ୭୨୦୫୦୦୬୦୩୯।  କରୋନା ଲକଡାଉନ ସମୟରେ ଘରୋଇ ହିଂସା ବଢିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଛି।

ଏହି ନମ୍ବର ଜରିଆରେ ଅଭିଯୋଗକାରୀ ନିଜ ଅଭିଯୋଗ ଜଣାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜି ମଧ୍ୟ ଘରୋଇ ହିଂସା ପ୍ରସଙ୍ଗ ଉଠାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଆଗରୁ ମହିଳାଙ୍କ ସହାୟତା ଲାଗି ବିଭାଗର ହେଲ୍ପଲାଇନ୍ ନମ୍ବର 181 କାର୍ଯ୍ୟକ୍ଷମ ରହିଛି।

ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

You might also like