• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର
କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି ହେଲା ହ୍ୱାଟସଆପ୍ ନମ୍ବର
ରାସ୍ତାରେ ଅପରାଧ ଘଟିଲେ ହ୍ୱାଟସଆପ୍ ନମ୍ବରରେ ଜଣାନ୍ତୁ
ଭୁବନେଶ୍ୱର ପାଇଁ ହ୍ୱାଟସଆପ୍ନମ୍ବର 7077798111
ଅପରାଧୀଙ୍କ ସଂପର୍କରେ ହ୍ୱାଟସଆପରେ ଜଣାଇ ହେବ
ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ
ବଢ଼ୁଥିବା ଛିନତାଇ ମାମଲା ରୋକିବାକୁ ପ୍ରୟାସ

ଭୁବନେଶ୍ୱର : ଅପରାଧୀଙ୍କ କବ୍‌ଜାରେ ଭୁବନେଶ୍ୱର। ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍ନାକୁ ଆସିଛି।  ଏମିତି କୌଣସି ଦିନ ନାହିଁ ଯେଉଁ ଦିନ ରାଜଧାନୀରେ ଲୁଟ୍ ହେଉନାହିଁ। ଗୋଟିଏ ଗୋଟିଏ ଦିନରେ ଏକାଧିକ ଲୁଟ୍ ଘଟଣା ରାଜଧାନୀବାସୀଙ୍କୁ ଅତିଷ୍ଠ କରି ପକାଇଲାଣି। ଏଥିଯୋଗୁଁ ରାଜଧାନୀ ବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜଧାନୀ ରାସ୍ତାରେ ଘଟୁଥିବା ଛିନତାଇ ମାମଲାକୁ ରୋକିବାକୁ କମିଶନରଟ୍ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି ।

ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ 70777-98111 ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ । ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ । ତାସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ । କେବଳ ଏତିକି ନୁହେଁ ଏହି ହ୍ୱାଟସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । 70777-98111 ନମ୍ବରଟି କେବଳ ହ୍ୱାଟସଆପ୍ ଉପଲବ୍ଧ ହେବ ଏବଂ ଭୁବନେଶ୍ୱର ପାଇଁ କାର୍ଯ୍ୟ କରିବ । ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ମାମଲା ବଢ଼ିଛି । ବିଶେଷ ଭାବେ ରାସ୍ତା ଘାଟରେ ଲୁଟ୍ ତରାଜ ବଢ଼ୁଥିବା ଯୋଗୁଁ ଏପରି ପଦକ୍ଷେପ କମିଶନରେଟ୍ ପୋଲିସ୍ ପକ୍ଷରୁ ନିଆଯାଇଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ଅପରାଧ ରୋକିବାକୁ କମିସନରେଟ୍  ‘ସ୍ପେଶାଲ ୨୬’ ଟିମ ଗଠନ କରାଯାଇଥିଲା । ଏହି ଟିମରେ  ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସରଙ୍କ ସମେତ ଏହି ଟିମରେ ୪ଜଣ କନଷ୍ଟେବଲ ରହିବେ । ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖିବେ ସେ ନେଇ ଟିମ୍ ଗଠନ ହୋଇଥିଲା।

Whatsapp-number-for-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories