କେମିତି ହୁଏ କୋଭିଡ-୧୯ ପୁଲ୍‌ ଟେଷ୍ଟ, ଆସନ୍ତୁ ଜାଣିବା

ସମ୍ବଲପୁର: ଆଜି ଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ତେବେ ଏଠାରେ ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପଯର୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଗତ ୧୫ ତାରିଖରେ ଭିମ୍ସାରରେ ଆରମ୍ଭ ହେବାକୁ ଥିଲା କୋଭିଡ୍ ଟେଷ୍ଟ କିନ୍ତୁ ବ୍ୟବସ୍ଥାଗତ ବୈଷୟିକ ତ୍ରୁଟି ଯୋଗୁଁ କିଛି ଦିନ ବିଳମ୍ବ ହୋଇଥିଲା।

ଏବେ ଆସନ୍ତୁ ଜାଣିବା କଣ ଏହି ପୁଲ୍‌ ଟେଷ୍ଟ

ଯେଉଁ ଅଂଚଳରେ ସଂକ୍ରମଣ ହାର ଦୁଇ ପ୍ରତିଶତରୁ କମ୍‌। ସେହି ଅଂଚଳରେ ପୁଲ ଟେଷ୍ଟ ଅଧିକ ଫଳପ୍ରଦ ହୋଇଥାଏ। କିନ୍ତୁ ଯେଉଁ ଅଂଚଳରେ ସଂକ୍ରମଣ ହାର ୨ ପ୍ରତିଶତରୁ ଅଧିକ ସେଠାରେ ପୁଲଟେଷ୍ଟ କରଯାଏନାହିଁ। ଭିମସାର କୋଭିଡ୍ ୧୯ ଇନଚାର୍ଜ ଡାକ୍ତର ସୁଦର୍ଶନ ପୋଥାଳ ସୂଚନା ଅନୁସାରେ ପୁଲ ଟେଷ୍ଟ ହେଉଛି, ଏକଥରକେ ୫ ଜଣଙ୍କ ସାମ୍ପଲ୍‌ ଟେଷ୍ଟ ଆଣି ଗୋଟିଏ ସ୍ଥାନରେ ମିଶାଇ ଟେଷ୍ଟ କରାଯାଏ।

ଏଥିରେ ୫ ରୋଗୀଙ୍କ ସମ୍ପଲ୍‌ ଆଣି ଗୋଟିଏ ସ୍ଥାନରେ ମିଶାଇ ଟେଷ୍ଟ କରାଯାଏ।। ଯଦି ଏହାର ଫାଇନାଲ୍ ଟେଷ୍ଟ ନେଗେଟିଭ୍‌ ବାହାରେ, ତେବେ ୫ ଜଣଙ୍କର ନେଗେଟିଭ୍‌ ଅଛି ବୋଲି ଧରି ନିଆଯାଏ। କିନ୍ତୁ ଯଦି

ପଜିଟିଭି ଆସିଲା ତେବେ ପୁଣି ସେଇ ୫ ଜଣଙ୍କ ଆଉଥରେ ଟେଷ୍ଟିଂ କରାଯିବ। ଏମିତିରେ କମ୍‌ ସମୟରେ ଅଧିକ ଟେଷ୍ଟ ହୋଇପାରିବ। କିନ୍ତୁ ଏହାର ଏକ ସୀମା ରହିଛି। ଯେଉଁଟି ପ୍ରିଭିଲେନ୍ସ ରେଟ୍‌ ଓ ଇନ୍‌ସିଡେନ୍ସ ରେଟ୍‌ ଏହାର ଦୁଇ ପ୍ରତିଶତ ହେବା ଦରକାର। ଏହି ପ୍ରକାର ଟେଷ୍ଟିଂ ଶୈଳୀ କିଂକ୍ ଜର୍ଜ୍ସ ମେଡିକାଲ୍‌ ୟୁନିଭର୍ସିଟିଟୁର ଲକ୍ଷ୍ନୌରୁ ଆସିଛି।

You might also like