ରାଜ୍ୟ ପରିଷଦ ବୈଠକରେ କି ବାର୍ତ୍ତା ଦେବେ ନବୀନ?

ଆଜି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ।  ଏଥିରେ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଅର୍ଥାତ୍ ପାଖାପାଖି ୩୭୪ଜଣ ସଦସ୍ୟ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଏଥିରେ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନୂଆ ଟିମ୍ ଗଠନ ପରେ ପ୍ରଥମ ରାଜ୍ୟ ପରିଷଦ ବୈଠକ ବସୁଛି।

ଗତକାଲି କାର୍ଯ୍ୟକାରିଣୀରେ ବିଜେଡିର ଅନୁମୋଦିତ ହୋଇଥିବା ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ। କେନ୍ଦ୍ର ଅବହେଳା ଓ ସଂଗଠନ ମଜବୁତ ନେଇ ବୈଠକରେ ମାନସମନ୍ଥନ କରାଯିବ। ତେବେ ରାଜ୍ୟ ପରିଷଦ ବୈଠକରେ ବିଜେଡି ସୁପ୍ରିମୋ କଣ ଆଜି ବାର୍ତ୍ତା ରଖିବେ ତା ଉପରେ ସମସ୍ତଙ୍କ ନଜର ରହିବ।

You might also like