ଲକଡାଉନ୍ ସମୟରେ କଣ ଖୋଲା ଓ କଣ ବନ୍ଦ?

ଭୁବନେଶ୍ୱର: ଲକଡାଉନ ସମୟରେ କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। ଏସବୁ ଦୋକାନ ୩୦ ଫୁଟ୍ ଦୂରତା ବଜାୟ ରଖି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଲୋକମାନେ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସାମଗ୍ରୀ କିଣିପାରିବେ। ରେସ୍ତୋରାଁ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ସେହିପରି ଲୁହାଛଡ଼, ସିମେଣ୍ଟ, ବହି ଦୋକାନ,ଫ୍ୟାନ୍ ଏସି ଭଳି ଇଲେକ୍ଟ୍ରିକାଲ ଜିନିଷ, ମୋବାଇଲ୍, କମ୍ପ୍ୟୁଟର ମରାମତି ଦୋକାନ ଆଦି ଖୋଲା ରହିବ। ଇଲେକ୍ଟ୍ରିସିଆନ, ଆଇଟି ସାମଗ୍ରୀ ମରାମତି କରୁଥିବା ବ୍ୟକ୍ତି, ପାଣିପାଇପ ମିସ୍ତ୍ରୀ, କାର୍ପେଣ୍ଟର କାମ କରିବାକୁ ଯାଇପାରିବେ। ସକାଳ ୫ରୁ ୮ଟା ଯାଏଁ ଖବରକାଗଜ ବିତରଣ ହୋଇପାରିବ।

ପୂର୍ବରୁ ଲାଗୁ ହୋଇଥିବା ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଫଳରେ ଶନିବାର ଓ ରବିବାର ଏସବୁ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଲକଡାଉନ୍ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରହିବ।

You might also like