ମୁଖ୍ୟମନ୍ତ୍ରୀଙ୍କ କେଉଁ ଗୁଣ ସମ୍ବିତ ପାତ୍ରଙ୍କୁ ବେଶି ଭଲ ଲାଗେ?

କଣ କହିଲେ ସମ୍ବିତ ପାତ୍ର?

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ବିରୋଧରେ ତୁନି ପଡିଥିଲା ବିଜେପି। କିନ୍ତୁ ଗତ କିଛି ଦିନ ହେବ ବିଜେପି ଗର୍ଜୁଛି, ବର୍ଷୁଛି। ପୁରୀଠୁ ନୟାଗଡ ନାବାଳିକା ମାମଲା ପର୍ଯ୍ୟନ୍ତ ରାଜରାସ୍ତାରେ ପ୍ରତିବାଦ ବି କରୁଛି। ମାହାଙ୍ଗାର ମହଙ୍ଗା ରାଜନୀତିରେ ଉଠୁଛି ପଡ଼ୁଛି ଓଡିଶା। ଆନ୍ଦୋଳନ ପ୍ରଭାବି ହେଉଛି କିନ୍ତୁ ପ୍ରଭାବିତ ହେଉ ନାହାନ୍ତି ରାଜ୍ୟ ସରକାର। ତେବେ ଏମିତି ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଆପଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର…

ଓଟିଭି – ସାମ୍ପ୍ରତିକ ରାଜନୀତିରେ ଓଡ଼ିଶାର ରାଜନୀତିକୁ କେମିତି ଦେଖନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼. ସମ୍ବିତ ପାତ୍ର?

ସମ୍ବିତ- ପୁରୀରେ ହାଜତ ମୃତ୍ୟୁ ହେଉ କିମ୍ବା ବଗଲା ଜମିବିବାଦ ମାମଲା ହେଉ, ପରୀ ହତ୍ୟାକାଣ୍ଡ ଆଦି ଘଟଣାରେ ମୁଁ ପୁରାପୁରି ଭାବନରେ ଜଡିତ ହୋଇ ରହିଛି। ମାମଲାକୁ କେମିତି ପ୍ରସଙ୍ଗ କରିବା ଓ ରାଜରାସ୍ତାକୁ ଓହ୍ଲାଇବା ସହ ଦିଲ୍ଲୀରେ ବି ସ୍ୱର ଉତ୍ତୋଳନ କରୁଛୁ। ଏହାସହ ପୁରୀରେ ବି ସ୍ୱର ଉତ୍ତୋଳନ କରୁଛୁ। ରାଜ୍ୟବାସୀ ଧୀରେ ଧୀରେ ସଚେତନ ହେଉଛନ୍ତି, ସରକାରଙ୍କୁ ପ୍ରଶ୍ନ ବି କରୁଛନ୍ତି। କିନ୍ତୁ ସରକାର ଚୁପ ଅଛନ୍ତି। ନୟାଗଡ ନାବାଳିକା ହତ୍ୟା ମାମଲାରେ ଦେଶରେ ରାଜ୍ୟର ନାଁ ଖରାପ ହୋଇଛି। ଗୋଟିଏ ପାଂଚ ବର୍ଷର ଝିଅ ସହ ଏମିତି ହେବ, ତାଙ୍କ ବାପାଙ୍କୁ ଅତ୍ୟାଚାର କରାଯିବ ତାହା ଆଦୌ ଠିକ ନୁହେଁ।

ଓଟିଭି- ମାହାଙ୍ଗା ଘଟଣାକୁ କେମିତି ଦେଖନ୍ତି ସମ୍ବିତ ପାତ୍ର?

ସମ୍ବିତ- ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଖୋଦ୍ ରାଜ୍ୟର ଆଇନମନ୍ତ୍ରୀଙ୍କ ନାଁ FIR ରେ ରହିଛି। କିନ୍ତୁ ସେ ଏ ପର୍ଯ୍ୟନ୍ତ କେମିତି ମନ୍ତ୍ରୀ ହୋଇଛନ୍ତି ତାହା ମୁଁ ବୁଝିପାରୁନାହିଁ। ରାଜ୍ୟର ୨ ମନ୍ତ୍ରୀଙ୍କ ନାଁ ହତ୍ୟାକାଣ୍ଡରେ ଆସିଲାଣି କିନ୍ତୁ ସେମାନେ ଏବେ ବି କେମିତି ଓ କାହିଁକି ମନ୍ତ୍ରୀ ହୋଇ ଅଛନ୍ତି? ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେପରି ଦୁର୍ନୀତି ହୋଇଛି ତାହାକୁ ଘଂଟ ଘୋଡ଼ାଇବାକୁ ଏମିତି ଚେଷ୍ଟା ହେଉଥିଲା । ଯଦି ଘଟଣାର ସତ କିଏ ବାହାର କଲା…ତେବେ ତାଙ୍କୁ କଣ ମାରିଦିଆଯିବ?

ଓଟିଭି-ମନ୍ତ୍ରୀଙ୍କୁ ଟାର୍ଗେଟ କରିବାର ଆଧାର କଣ?

ସମ୍ବିତ- ମୁଁ ଦିଲ୍ଲୀରେ ବସିଛି। ମୋ ନାଁ FIR ରେ କେମିତି ଆସିବ? ବିନା ଆଧାରରେ ଏମିତି କାହାର ନାଁ ଆସେ ନାହିଁ। ପୋଲିସ ଆପଣଙ୍କର, କିନ୍ତୁ ଏହା ପରେ ବି ଆପଣଙ୍କ ନାଁ ଆସିଛି। ଏହାର ଅର୍ଥ ଆଧାର ବହୁତ ବଡ଼ ଅଛି।

ଓଟିଭି- FIR କୁ ନେଇ ପୋଲିସ ତଦନ୍ତ କରିବ, ପରେ….

ସମ୍ବିତ- ପୋଲିସ FIR କୁ ନେଇ ତଦନ୍ତ କରିବ। କିନ୍ତୁ ଜଣେ ମନ୍ତ୍ରୀ ନିଜ ପାୱାରରେ ଥିବା ବେଳେ ତଦନ୍ତ କେମିତି ଠିକ ହେବ? ମନ୍ତ୍ରୀ ନିଜ ପଦବୀ ପ୍ରଥମେ ଛାଡନ୍ତୁ। ଆମେ ତ କହୁଛୁ ତଦନ୍ତ CBI କରୁ। ନିଜେ ପୋଲିସ ତଦନ୍ତ କଲେ ଠିକ ହେବ ନାହିଁ।

ଓଟିଭି-ଦୁର୍ନୀତି ଥିଲେ ରାଜନୀତି ଲାଗି ସୁବିଧା?

ରାଜ୍ୟ ସରକାର ସାବତ ମାଆ ହେବାର ଆବଶ୍ୟକତା ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବାତ୍ୟାରେ ଛାତ ଉଡିଯାଇଛି କିନ୍ତୁ ସେମାନେ ବିଜେଡି ଲୋକ ହୋଇନଥିବାରୁ ସେମାନଙ୍କୁ ଘର ଦେଉନାହାନ୍ତି ରାଜ୍ୟ ସରକାର। ଏମିତି କରିବା ଆଦୌ ଠିକ ନୁହେଁ।

 

ଓଟିଭି- ଦିନେ ରାଜ୍ୟସଭାରେ ଆପଣଙ୍କ ପ୍ରାର୍ଥୀଙ୍କୁ ନିସର୍ତ୍ତ ସମର୍ଥନ କରୁଥିଲେ…..ପରେ ଏମିତି ବ୍ୟବହାର କାହିଁକି?

ସମ୍ବିତ-ଦିନେ ଆମେ ମେଣ୍ଟରେ ବି ଥିଲୁ। ବିନା ସର୍ତ୍ତରେ କାହିଁକି ସମର୍ଥନ କଲେ ତାହା କେବଳ ବିଜେଡି ହିଁ ଉତ୍ତର ଦେଇପାରିବ।

ଓଟିଭି- ମାହାଙ୍ଗ ଓ ନୟାଗଡ ନାବାଳିକା ହତ୍ୟା ମାମଲାରେ ଜୋରସୋରରେ ଆନ୍ଦୋଳନ କଲା ବିଜେପି, କିନ୍ତୁ ସରକାର ପ୍ରଭାବିତ ହେଲେ ନାହିଁ?

ସମ୍ବିତ- ସରକାର ଯଦି ପ୍ରଭାବିତ ନହେବ ତାହା ସରକାରର ହିଁ ଭୁଲ। କୁନି ଝିଅକୁ ନ୍ୟାୟ ମିଳିବା ଲାଗି ସବୁ ମାଆ ଚାହାଁନ୍ତି। ଅନ୍ୟାୟ କିଛି ଦିନ ବାଜା ବଜାଇପାରେ କିନ୍ତୁ ସତ ସାମ୍ନାକୁ ଆସିବ।

ଓଟିଭି-ଆପଣ SIT କୁ ବିଶ୍ୱାସ କରୁନାହାନ୍ତି। ରାଜ୍ୟ ସରକାର ସିବିଆଇକୁ କେମିତି ବିଶ୍ୱାସ କରିବେ?

ସମ୍ବିତ- NCPCR ନିଜେ କହିଛନ୍ତି ଜିଲ୍ଲାପାଲ ଓ ଏସପିଙ୍କ କଥାରେ ତାଳମେଳ ରହୁନାହିଁ। ଯେଉଁ ନାବାଳକଙ୍କୁ ଧରିଛନ୍ତି ସେ ନିଜେ କହୁଛନ୍ତି ଯେ, ମୋ ଉପରେ ଚାପ ପଡ଼ୁଛି। କିଛି ତ କାରଣ ଅଛି। ମାଆ ଓ ବାପାଙ୍କ ପଲିଗ୍ରାଫ୍ ଟେଷ୍ଟ ହେଲା କିନ୍ତୁ ଯାହାଙ୍କ ନାଁରେ ଅଭିଯୋଗ ଅଛି ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ।

ଓଟିଭି- ଏସଆଇଟି କହୁଛି ଦୁଷ୍କର୍ମ ପରେ ହତ୍ୟା କିନ୍ତୁ ଆପଣଙ୍କ ଦଳ କହୁଛି ଅଙ୍ଗ ତସ୍କରୀ….ପ୍ରକୃତରେ କଣ ହୋଇଛି?

ସମ୍ବିତ- ଆମେ ରାଜନୈତିକ ଦଳ। ଗୋଟିଏ ମାମଲାରେ ସତ ପୂରାପୁରି ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ଆମେ ଚୁପ ବସିବୁ ନାହିଁ।

ଓଟିଭି-ନୟାଗଡରେ ଦଳ କେତେ ମଜଭୁତ ଅଛି?

ସମ୍ବିତ- ନାଁ ଆମେ ପୂରା ମଜଭୁତ ଅଛୁ। ଘଟଣା ଘଟିବା ଦିନଠାରୁ ହିଁ ଆମେ ପୂରା ଜଡିତ ହୋଇ ରହିଛୁ। କଂଗ୍ରେସର ବଡ ନେତା ନିଜେ କହିଛନ୍ତି କି ଦଳ ବିସ୍କୁଟ ଖାଇକି ଚୁପ୍ ବସିଗଲା।

ଓଟିଭି-ପୁରୀ ହାଜତ ମୃତ୍ୟୁ ହେଉ କି ବଗଲା ଜମି ମାମଲା ହେଉ…..ଆନ୍ଦୋଳନରେ କାହିଁକି ପ୍ରଭାବିତ ହେଉନାହିଁ ସରକାର?

ସମ୍ବିତ- ପୁରୀ ଘଟଣାରେ ଆମେ ପୂରାପୁରି ଜଡିତ ରହିଛୁ। ଭଗବାନଙ୍କ ସମ୍ପତ୍ତି ଭଗବାନଙ୍କୁ ନିଶ୍ଚିତ ଫେରାଇବୁ।

ପ୍ରଶ୍ନ-୫ ଦିନ ଦିଲ୍ଲୀରେ ରହିବେ, ୱିକେଣ୍ଡରେ ପୁରୀ ଆସିବେ….ଏ ୱିକେଣ୍ଡ ପଲିଟିକ୍ସର ଅର୍ଥ କଣ?

ସମ୍ବିତ- ୱିକେଣ୍ଡରେ କେବଳ ନୁହେଁ ମଝିରେ ମଝିରେ ବି ଆସେ। କାହା ନାଁ ନେଉନାହିଁ କିନ୍ତୁ ଅନେକ ଦିନ ଯେଉଁମାନେ ସାଂସଦ ଅଛନ୍ତି ସେମାନେ ତ ଏଣ୍ଡରେ ହିଁ ଆସୁଛନ୍ତି। ତାହାଲେ ଭଲ କିଏ?

ଓଟିଭି-ଓଡିଶାରେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ କିଏ?

ସମ୍ବିତ- କଂଗ୍ରେସ ନିଶ୍ଚିହ୍ନ ହେଲାଣି। ବିଜେଡି ସାଙ୍ଗରେ ଆମର ଲଢେଇ ଜୋରଦାର ହେଉଛି।

ଓଟିଭି-ଚାଷୀ ଆନ୍ଦୋଳନ ଦଳ ପାଇଁ କଣ୍ଚା ସାଜିଛି କି?

ସମ୍ବିତ- ସର୍ବୋଚ୍ଚ ନ୍ୟାୟାଳୟ ଅନେକ କଥା କହିଛନ୍ତି। କମିଟି ବହୁ ପୂର୍ବରୁ ଗଠନ କରିବାରକୁ ଆମେ କହିଛୁ। ଚାଷୀମାନେ ନୁହେଁ ଓଡିଆରେ କହିଲେ ମଣ୍ଡି ଦଲାଲ ମାନେ ହିଁ ଏମିତି କିଛି କରୁଛନ୍ତି।

ଓଟିଭି- ଲୋକଙ୍କ ସହ ଭଲ ଯୋଗଯୋଗ ରଖିପାରେ ବିଜେପି….ଅନେକ ରାଜ୍ୟରେ ଭଲ ଫଳାଫଳ କରିଛି କିନ୍ତୁ ରାଜ୍ୟରେ କାହିଁକି ଜିତିପାରୁନାହିଁ ବିଜେପି?

ସମ୍ବିତ- ରାଜ୍ୟରେ ନିର୍ବାଚନ ହେଉ କି ଉପନିର୍ବାଚନ ହେଉ। କେମିତି ନିଜ ପକ୍ଷରେ ଭୋଟ ନେଉଛନ୍ତି ତାହା ସମସ୍ତଙ୍କୁ ଜଣା।

ଓଟିଭି-ନିର୍ବାଚନର ଫଳାପଳକୁ ନେଇ ଆପଣ ଖୁସି ତ?

ସମ୍ବିତ- ରାଜ୍ୟରେ ମାତ୍ର ଗୋଟିଏ ଏମପିରୁ ୮ ଟି ଏମପି ପାଇଲୁ। ଯେଉଁ ଦିନ ୨୧ ରୁ ୨୧ ଏମପି ସିଟ୍ ଆମେ ପାଇବୁ ଆଉ ଲୋକମାନେ ସତରେ ଖୁସି ହେବେ ତାହା ଚିନ୍ତା ଆମେ ହିଁ କହୁଛୁ।

ତେବେ ଏହିପରି କିଛି ପ୍ରଶ୍ନର ଉତ୍ତର ଜାଣିବା ଲାଗି ଦେଖନ୍ତୁ ଖୋଲାକଥାର ଅତିଥି ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଏହି ସ୍ପେଶାଲ ସୋ’

You might also like