• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଦିନକୁ ୨ଟି, ୪ଟି, ୬ଟି କରି, ରାଜ୍ୟରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା। ଗତ ୨ ସପ୍ତାହ ଧରି ଜାରି ରହିଛି ମୃତ୍ୟୁର ବିଭୀଷିକା। ମୃତ୍ୟୁ ସଂଖ୍ୟା ୮୦ ଛୁଇଁବ। ଏହି ଧାରାରେ ବ୍ରେକ୍ ଲଗାଇବ କି ପ୍ଲାଜ୍‌ମା ଥେରାପି? ଏଇ ଆଶାରେ ରାଜ୍ୟ ପ୍ଲାଜ୍‌ମା ଥେରାପିକୁ ଆପଣାଇବା ସହ କଟକ ବଡ଼ ମେଡିକାଲ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ୍ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଟକ ବଡ଼ ମେଡିକାଲ୍ ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ, ଏବଂ ସେଠାରେ କରୋନା ଆରୋଗ୍ୟଙ୍କ ଠାରୁ ପ୍ଲାଜ୍‌ମା ସଂଗ୍ରହ ହେବ। ଏହାକୁ ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ, ଅତି ସଂକଟାପନ୍ନ ରୋଗୀଙ୍କ ଜୀବନ ରକ୍ଷା ପାଇଁ, ଶେଷ ଅସ୍ତ୍ର ଭାବେ ପ୍ରୟୋଗ କରାଯିବ। ଯାହାକୁ ମାଗଣାରେ ଯୋଗାଇ ଦେବେ ସରକାର। ତେଣୁ ପ୍ଲାଜ୍‌ମା ବ୍ୟାଙ୍କ୍ ଉଦ୍‌ଘାଟନ କରି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ

କଣ ଏହି ପ୍ଲାଜ୍‌ମା ଥେରାପି?

RBC ଓ WBC ଭଳି ପ୍ଲାଜ୍‌ମା ମଧ୍ୟ ରକ୍ତର ଏକ ଉପାଦାନ। କୌଣସି କୋଭିଡ୍ ରୋଗୀ ସୁସ୍ଥ ହେବା ପରେ, ତାଙ୍କ ରକ୍ତରୁ ଆଣ୍ଟିବଡିଯୁକ୍ତ ପ୍ଲାଜ୍‌ମା ସଂଗ୍ରହ କରି, କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରବେଶ କରାଇବାକୁ ପ୍ଲାଜ୍‌ମା ଥେରାପି କୁହାଯାଏ।

ପ୍ଲାଜ୍‌ମା ଦାନ କରିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ପୁରୁଷ କିମ୍ବା ଗର୍ଭବତୀ ହୋଇନଥିବା ମହିଳାଙ୍କ ବୟସ ୧୮ରୁ ୬୦ ଏବଂ ଓଜନ ୫୫ କେଜିରୁ ଅଧିକ ହୋଇଥିବା ଦରକାର। ଡୋନର୍ ରକ୍ତ ଦାନ କଲା ପରେ ସେଥିରୁ ପ୍ଲାଜ୍‌ମା ସଂଗ୍ରହ କରି, ବାକି ଉପାଦାନ ପୁଣିଥରେ ସମ୍ପୃକ୍ତ ଡୋନର୍‌ଙ୍କୁ ଫେରାଇ ଦିଆଯାଏ।

ପୂର୍ବରୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇସାରିଥିବା ବେଳେ, ଓଡ଼ିଶାର କରୋନା ସ୍ଥିତିରେ ଏହା  କିଭଳି ସୁଧାର ଆଣୁଛି ତା ଉପରେ ନଜର।

What-is-plasma-therapy-here-is-the-answer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories