ଓଡ଼ିଶାର କରୋନା ସ୍ଥିତିକୁ ନେଇ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ?

ନୂଆଦିଲ୍ଲୀ: ଦେଶରେ ୧୩,୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୦୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ୪୩୭ରେ ପହଞ୍ଚିଛି। ସେହିଭଳି ଏପର୍ଯ୍ୟନ୍ତ ୧୭୪୯ ସୁସ୍ଥ ହୋଇଛନ୍ତି। ଭାରତରେ ସୁସ୍ଥ ହାର ୧୩.୦୬ ପ୍ରତିଶତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି।

ଦେଶରେ ପଜିଟିଭ କେସ୍ ଦ୍ୱିଗୁଣିତ ହାର ହ୍ରାସ ପାଇଥିବା ସେ କହିଛନ୍ତି। ୧୯ ରାଜ୍ୟରେ ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି। ଏହି ରାଜ୍ୟମାନଙ୍କ ଭିତରେ ଓଡ଼ିଶା ବି ରହିଛି ସେପଟେ ଭାରତରେ ୧୯୧୯ କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସାରା ଦେଶରେ ୧ ଲକ୍ଷ ୭୩ ହଜାର ଆଇସୋଲେସନ ବେଡ୍ ପ୍ରସ୍ତୁତ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

You might also like