ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୮ ନଭେମ୍ବରରେ ଭିଡିଓ କନଫରେନସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜିପି । ତେବେ ଏହି ସମୟରେ ସେ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ପୀଡ଼ିତା ଓ ତାଙ୍କ ମାଆଙ୍କ ବୟାନରେ ତାଳମେଳ ରହୁନଥିବା ଦର୍ଶାଇଥିଲେ ।
ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମେଳ ଖାଉନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଯଦି ପୀଡ଼ିତା ଓ ତାଙ୍କ ମାଆଙ୍କ ବୟାନରେ ତାଳମେଳ ନଥିଲା । ତେବେ ଏବେ କଣ ଏମିତି ପ୍ରମାଣ ମିଳିଲା ଯେ କ୍ରାଇମବ୍ରାଞ୍ଚ ରାତି ଅଧିଆ ଗିରଫଦାରି କଲା ତାକୁ ନେଇ ଉଠିଛି ପ୍ରଶ୍ନ ।