ସମସ୍ତ ଜୋନ୍‌ରେ କଣ ରହିବ ସମାନ କଟକଣା?

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ବିଭିନ୍ନ ଜୋନରେ କଟକଣା ନେଇ ସୂଚନା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ ଜେନା କହିଛନ୍ତି। ଯେଉଁ ଅଞ୍ଚଳରେ ୨୧ ଦିନ ଭିତରେ କୌଣସି ପିଜିଟିଭ ହୋଇନାହାନ୍ତି ତାହା ଗ୍ରୀନ୍ ଜୋନ୍। ଯେଉଁଠି ଏବେ ସକ୍ରିୟ ରୋଗୀ ଅଛନ୍ତି ଏବଂ ସଂଖ୍ୟା ଦୁଇଗୁଣା ହେଉଛି ତାହା ରେଡ୍ ଜୋନ୍।

ସେପଟେ କଟକଣା ସମ୍ପର୍କରେ SRC କହିଛନ୍ତି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ଥିବା ଯାଏଁ ସବୁ ଜୋନରେ ବିମାନ, ରେଳ, ଅନ୍ତରାଜ୍ୟ ବସ୍, ଅନ୍ତରାଜ୍ୟ ଯାଆସ ସଂପୂର୍ଣ୍ଣ ବନ୍ଦ ରହିବ। ଟ୍ରେନିଂ, କୋଚିଂ, ହୋଟେଲ, ସିନେମା, ସପିଙ୍ଗ କଂପ୍ଲେକ୍ସକୁ ଅନୁମତି ମିଳିବ ନାହିଁ। ସମସ୍ତ ଜୋନରେ ଧର୍ମୀୟ ଅନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା ବଳବତ୍ତର ରହିବ।

ସେହିଭଳି ରେଡ୍ ଜୋନରେ ରିକ୍ସା, ଅଟୋ, ଟ୍ୟାକ୍ସି, ସେଲୁନ, ସ୍ପା, ପାର୍ଲର ଖୋଲିବା ଉପରେ ପ୍ରତିବନ୍ଧକ ରହିଛି। ଜରୁରୀ ସ୍ଥିତିରେ କେହି ଘରୁ ହସ୍ପିଟାଲ ପର୍ଯ୍ୟନ୍ତ କ୍ୟାବ୍‌ରେ ଯିବାକୁ ଅନୁମତି ମିଳିବ। ରେଡ୍ ଜୋନରେ ୪ ଚକିଆ ଗାଡ଼ିରେ ଡ୍ରାଇଭର ସହ ୨ ଜଣ ଯାଇପାରିବେ ଦୁଇ ଚକିଆ ଗାଡ଼ିରେ କେବଳ ଜଣେ ଯିବାକୁ ଅନୁମତି ମିଳିବ। ଗ୍ରୀନ ଓ ଅରେଞ୍ଜ ଜୋନରେ ସେଲୁନ, ସ୍ପା, ପାର୍ଲର ଖୋଲିପାରିବ। ଗ୍ରୀନ ଓ ଅରେଞ୍ଜ ଜୋନରେ କାରରେ ଡ୍ରାଇଭର ସହ ୨ ଜଣ ଯାଇପାରିବେ ଦୁଇ ଚକିଆ ଯାନରେ ପଛ ସିଟ୍‌ରେ ଜଣେ ଯିବାକୁ ଅନୁମତି ମିଳିବ।

ଆହୁରି ପଢ଼ନ୍ତୁ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

You might also like