• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଅନଲକ୍-୧ ଗାଇଡଲାଇନରେ ସାମାନ୍ୟ ସଂଶୋଧନ କଲେ  ରାଜ୍ୟ ସରକାର। ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଇଥିଲା। ହେଲେ  ପରୀକ୍ଷା ଆୟୋଜନ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।

ସେହିପରି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ହେବାକୁ ଥିବା ସଟଡାଉନ ବେଳେ କୃଷି, ଉଦ୍ୟାନକୃଷି, ପଶୁପାଳନ, ମତ୍ସ୍ୟ ଚାଷ ସଂପର୍କିତ କାର୍ଯ୍ୟକଳାପକୁ କଟକଣାମୁକ୍ତ କରାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହା ନ ଥିଲା। ସେପଟେ ସଟଡାଉନ୍ ବେଳେ କମିଶନରେଟ୍ କିମ୍ବା ଜିଲ୍ଲା ପୋଲିସ ଦ୍ୱାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ସଟଡାଉନ୍ ବେଳେ ଛାପା ଗଣମାଧ୍ୟମ ଅଫିସ ମଧ୍ୟ କାର୍ଯ୍ୟ କରିପାରିବ।

ସେହିପରି  ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ  ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ନୂଆ ଆଦେଶରେ କୁହାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହି କଟକଣା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିଲା।

What-are-relaxation-during-shut-down
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories