୪ ସପ୍ତାହ ତଳର ସଂକ୍ରମଣ ତଥ୍ୟ ଦେଉଛି ସେରୋ ସର୍ଭେଲାନ୍ସ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ଏହା କରାଯାଉଥିବା ବେଳେ ପୁରୀରେ ଏହା ଶେଷ ହୋଇଛି ଓ ସରକାରଙ୍କୁ ଆମେ ରିପୋର୍ଟ ଦିଆଯାଇଛି। ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡୁଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା।

ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହା ୨ଟି ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ କରାଯାଇଛି। ଏଥିରେ ୯ଶହଟି ସାମ୍ପଲ ସଂଗ୍ରହ କରାଯାଇଛି। ପର୍ଯ୍ୟାୟରେ ହାଇ ରିସ୍କ କମ୍ୟୁନିଟିର ସର୍ଭେଲାନ୍ସ କରାଯାଉଛି, ଯାହାକି ଖୁବ ଶୀଘ୍ର ଶେଷ ହେବ ଏବଂ ମିଳିତ ବିବରଣୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘମିତ୍ରା କହିଛନ୍ତି।

ଏହା ପରେ ଗଂଜାମ ଗଜପତି ବଡମ୍ବା ନରସିଂହପୁରରେ ଏହି ସର୍ଭେ କରାଯିବ। ବର୍ତ୍ତମାନ ଯେଉଁ ସେରୋଲଜିକାଲ ସର୍ଭେ ହେଉଛି, ତାହା ୪ ସପ୍ତାହ ପୂର୍ବର ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିଥାଏ। ଭୁତାଣୁ ଶରୀରରେ ପ୍ରବେଶ କରିବାର ଚାରି ସପ୍ତାହ ପରେ ଶରୀରର ପ୍ରତିରୋଧକ ଶକ୍ତି ଜଣାପଡ଼ିଥାଏ।

ସେଥିପାଇଁ ସିରିଏଲ୍ ସେରୋ ସର୍ଭେ ନିର୍ଦ୍ଦିଷ୍ଟ ସମୟରେ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସଂଘମିତ୍ରା। ଏହାସହିତ ସେ କହିଛନ୍ତି, ଯଦି ଏବେ ଆମେ ଭୁବନେଶ୍ୱରରେ କଲୁ ପୁଣି ୪ସପ୍ତାହ ପରେ ଏଠାରେ କରାଯିବ। ସେଥିରୁ ଜାଣିପାରିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କେଉଁ ଦିଗକୁ ଯାଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like