ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିକୁ ସମର୍ଥନ

ବରଗଡ଼  : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବିକୁ ସମର୍ଥନ ଜଣାଇ ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଓକିଲ ସଂଘ ପକ୍ଷରୁ ଦିଅାଯାଇଥିବା ଏହି ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି। ସ୍ଥାନୀୟ ଲୋକମାନେ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ଅତାବିରା ଓକିଲ ସଂଘ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପିକେଟିଂ କରାଯାଇଛି। ଏଥିଯୋଗୁଁ  ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି।

ସେପଟେ ଦେବଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  ଗାଡି ଚଳାଚଳ ବନ୍ଦ ରହିଛି। ବନ୍ଦ ଯୋଗୁଁ ଝାରସୁଗୁଡାରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଅାନ୍ଦୋଳନ ଧିରେ ଧିରେ ବଢିବାରେ ଲାଗିଛି। ପଶ୍ଚିମ ଓଡିଶା ଓକିଲ ସଂଘ ଡାକରାରେ ଗତ ୧୯ତାରିଖରୁ ଅାନ୍ଦୋଳନ ଜାରି ରହିଥିବା ବେଳେ ପୂର୍ବ ଘୋଷଣା ମୁତାବକ ୪୮ଘଣ୍ଟା ପର୍ଯ୍ୟନ୍ତ ମହାବନ୍ଦ କରିଛି ଓକିଲ ସଂଘ।

ଏହି ମହାବନ୍ଦରେ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସାମିଲ ହୋଇଥିବାରୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏହି ମହାବନ୍ଦ ପ୍ରଭାବରେ ଜିଲ୍ଲାର ସୋନପୁର, ବୀରମହାରାଜପୁର, ବିନିକା, ରାମପୁର ଅଞ୍ଚଳରେ ସଂପୂର୍ଣ୍ଣ ବନ୍ଦ ରହିଛି।

You might also like